ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଇଘର ୦୧/୧୨/୨୨ ନବରଙ୍ଗପୁର ଜିଲ୍ଲା ରାଇଘର ସଦମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ୟୁଥ୍ ସ୍ପୋର୍ଟସ କ୍ରିକେଟ କ୍ଲବ ତରଫରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥଭାବେ ସ୍ଥାନୀୟ ରାଇଘର ସରପଂଚ ଲମ୍ବୋଦର ମାଝୀ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିବା ବେଳେ ସନ୍ତୋଷ କୁମାର ମହାପାତ୍ର ସମ୍ମାନିୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇ ଡିସେମ୍ବର ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ 16ଗୋଟି ଟିମ୍ ଅର୍ଥାତ୍ , ଛତିଶ ଗଡ଼ ର କଣ୍ଡାଗାଁ, ବୋରେଇ, ୟରଲା, ଜଗଦଲପୁର, ସୁରୁୟା, ବସ୍ତର, ଓଡ଼ିଶାର ସମ୍ବଲପୁର, ଟିଟିଲାଗଡ, ନବରଙ୍ଗପୁର, ଚନ୍ଦାହାଣ୍ଡି ର ପାନବେଢ଼ା, କୋଡ଼ିଙ୍ଗା ଓ ରାଇଘର ୟୁଥ୍ ସ୍ପୋର୍ଟସ କ୍ରିକେଟ ଟିମ୍ ଆଦି ଭାଗନେଇ ଥିବା ବେଳେ ସେମି ଫାଇନାଲ ମ୍ୟାଚ୍ ଡିସେମ୍ବର ମାସ ସାତତାରିଖରେ ଅନୁଷ୍ଟିତ ହେବ। ଆଠ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ପ୍ରଥମ ମ୍ଯାଚ କଣ୍ଡାଗାଁ ଦଳ 138 ରନ୍ ର ପିଛା କରି ନବରଙ୍ଗପୁର ଦଳ 119 ରନ୍ କରି ଥିଲା ଓ 2 ମ୍ଯାଚ ରେ ଜଗଦଲପୁର 179 ରନ୍ ପିଛା କରି କୋରାପୁଟ ଦଳ 156 ରନ୍ କରି ସମସ୍ତ ୟୁକେଟ୍ ହରାଇ ଥିଲା lଏହି ଟୁର୍ଣ୍ଣାମେଣ୍ଟକୁ ରିଜ୍ନନ ଅଲି, ଶକ୍ତି ଜେନା ଉଦୟ ଚନ୍ଦ୍ର ଗୌଡ, ଶିବା ଶ୍ରୀବାସ୍ତବ ଟୁକୁନି ସାମନ୍ତରାୟ ଙ୍କ ସମେତ ବହୁ ଯୁବ ଗୋଷ୍ଟି ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ କୁ ସହଯୋଗ କରିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୟୂରଭଂଜ – ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ  ଉଠିଲା ଦାବି

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିଜକୁ ମୁଁ ଭଲ ପାଉଛି

Sunil Chandra Nayak

ପୁରୀ ପରିକ୍ରମା ପ୍ରକଳ୍ପ ଉପରେ ରହିତାଦେଶ ଲାଗୁ କରିବାକୁ ଯେଉଁ ଆବେଦନ ହୋଇଥିଲା ତାହାକୁ ରଦ୍ଦ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ

Leave a Comment

error: Content is protected !!