ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଜୀବନ ଧନ

  ଜୀବନ ଧନ

କାଙ୍ଗାଳୀ ଚରଣ ସେଠୀ

ବିଦାୟ ବଂଶୀର ବେଦନାରେ ଭରା
   ବିରହ ବାଉଁଶ ବନ
ଦୂର ତାଳ ବନେ ଗୁମୁରି ଉଠୁଚି
   କାହାର କରୁଣ ସ୍ଵନ 
  ସତେ ମୋ ଜୀବନ ଧନ
ପରଦେଶି ପ୍ରିୟ ଫେରି ଆସୁଛନ୍ତି
   କାମରେ ଲାଗୁନି ମନ ।
ଆଉଟା ସଂଜରେ ଲେଉଟି ଯାଉଛି
  ଗାଆଁ ତାଳ ଗଛ ଛାଇ
ରାତି ଅଭିସାର ଅଭଶାପ ଏଠି
  ବ୍ୟର୍ଥ ଚକୋର ପାଇଁ
ଫେରନ୍ତି ପଥକୁ ଚାହିଁ
ଜଳିଯାଉଛି ମୋ ଜୀବନ ଯୌବନ
  ଜୀବନ ଧନଙ୍କ ପାଇଁ ।
ବୁଡ଼ି ଆସିଲାଣି ବାଡୁଅ ଜହ୍ନଟା 
  ରାତି ଆସିଲାଣି ନଇଁ
କାମ କାମନାର କୁମୁଦୁନୀ ମୁଁ
 . ନୀଳଜହ୍ମ ଦେଖାନାହିଁ 
ତୁମେ ମୋ ଜୀବନ ଗୀତି
ତୁମ ବିନା ଏଇ ଫଗୁଣ ସଂଜ
ତୁଛ ଲାଗୁଛି ଅତି ।
ତମେ ମୋ ପ୍ରଶ୍ଵାସ ବିଶ୍ୱାସ ତମେ
  ଅନୁପ୍ରାସ ଜୀବନର
ମୁଁ ତୁମର ସେଇ ଛନ୍ଦ ଯମକ
  କାବ୍ୟର ସମାହାର
   ବିଛେଦ ବୈଶାଖ ଶୋଷ
ଜୀବନ ଧନ ଗୋ ! ପୁନେଇ ଜହ୍ନ ମୋ !
   ଚନ୍ଦ୍ର ମଲ୍ଲୀର ରାସ ।

ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର

Related posts

ଔପଦାରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳିତ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଆଞ୍ଜୁଳାଏ ଅମୃତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!