ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଜୀବନ ଧନ

  ଜୀବନ ଧନ

କାଙ୍ଗାଳୀ ଚରଣ ସେଠୀ

ବିଦାୟ ବଂଶୀର ବେଦନାରେ ଭରା
   ବିରହ ବାଉଁଶ ବନ
ଦୂର ତାଳ ବନେ ଗୁମୁରି ଉଠୁଚି
   କାହାର କରୁଣ ସ୍ଵନ 
  ସତେ ମୋ ଜୀବନ ଧନ
ପରଦେଶି ପ୍ରିୟ ଫେରି ଆସୁଛନ୍ତି
   କାମରେ ଲାଗୁନି ମନ ।
ଆଉଟା ସଂଜରେ ଲେଉଟି ଯାଉଛି
  ଗାଆଁ ତାଳ ଗଛ ଛାଇ
ରାତି ଅଭିସାର ଅଭଶାପ ଏଠି
  ବ୍ୟର୍ଥ ଚକୋର ପାଇଁ
ଫେରନ୍ତି ପଥକୁ ଚାହିଁ
ଜଳିଯାଉଛି ମୋ ଜୀବନ ଯୌବନ
  ଜୀବନ ଧନଙ୍କ ପାଇଁ ।
ବୁଡ଼ି ଆସିଲାଣି ବାଡୁଅ ଜହ୍ନଟା 
  ରାତି ଆସିଲାଣି ନଇଁ
କାମ କାମନାର କୁମୁଦୁନୀ ମୁଁ
 . ନୀଳଜହ୍ମ ଦେଖାନାହିଁ 
ତୁମେ ମୋ ଜୀବନ ଗୀତି
ତୁମ ବିନା ଏଇ ଫଗୁଣ ସଂଜ
ତୁଛ ଲାଗୁଛି ଅତି ।
ତମେ ମୋ ପ୍ରଶ୍ଵାସ ବିଶ୍ୱାସ ତମେ
  ଅନୁପ୍ରାସ ଜୀବନର
ମୁଁ ତୁମର ସେଇ ଛନ୍ଦ ଯମକ
  କାବ୍ୟର ସମାହାର
   ବିଛେଦ ବୈଶାଖ ଶୋଷ
ଜୀବନ ଧନ ଗୋ ! ପୁନେଇ ଜହ୍ନ ମୋ !
   ଚନ୍ଦ୍ର ମଲ୍ଲୀର ରାସ ।

ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର

Related posts

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ପ୍ରତାପ କିଶୋର ରାଉତ, ପୋଇପାଣି, କେନ୍ଦୁଝର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଅମୃତ ସରୋବର ପାଇଁ ଭୂମି ପୂଜନ

Sunil Chandra Nayak

Leave a Comment

error: Content is protected !!