ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂଷାପାଳି ଠାରେ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସଵ

କୋକସରା,୨/୧୨ / କୋକସରା ଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକ ଅଗସ୍ତି ରାଉତ ଚାକିରି କାର୍ଯ୍ୟକାଳରୁ ଅଵସର ଗ୍ରହଣ କରିଛନ୍ତି। ସେ ମୂଷାପାଳି ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୂଷାପାଳିରେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ଥିଲେ। ବୁଧବାର ତାଙ୍କୁ ସ୍କୁଲ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶିକ୍ଷକ ଦୟାନିଧି ଘି ଙ୍କ ସଭାପତିତ୍ୱରେ ମୂଷାପାଳି ସରପଞ୍ଚ ଅକ୍ଷୟ କୁମାର ନାଏକ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ରାମ ଧରୁଆ, ଦିଗାମ୍ବର ଦଳପତି, ଗଗନ ବିହାରୀ ପଟ୍ଟନାୟକ, ଗୌରାଙ୍ଗ ମେହେର, ହୃଷିକେଶ ରାଉତ, ଗୋବିନ୍ଦ ବେହେରା ଉପସ୍ଥିତ ରହି ବିଦାୟକାଳୀନ ଅବସରରେ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ପିତ ମନୋଭାବ ରଖି ନିଷ୍ଠାର ସହ ଦାୟିତ୍ଵ ତୁଲାଇଥିବା ନେଇ ମତ ଦେଇଥିଲେ। ବୈଠକକୁ କ୍ଷୀରୋଦ କୁମାର ପଣ୍ଡା ଓ ପ୍ରମୋଦ କୁମାର ନାଏକ ପରିଚାଳନା କରିଥିଲେ। ବିନାୟକ ସାହା, କୁଞ୍ଜେଶ୍ୱର ପୋଟା, ବିଶ୍ୱନାଥ ନାଏକ, ଦିଗ ବିଜୟ ନାଏକ, ହରିପ୍ରିୟା ନାଏକ, ଉର୍ମିଳା ନାଏକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ପରେ ମୂଷାପାଳି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ବାଜା ବଜାଇ ଶିକ୍ଷକଙ୍କୁ ଗାଁ ପରିକ୍ରମା କରିବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଶିବ ବିବାହ ପାଇଁ ଜୟପାଟଣା ଉତ୍ସବ ମୁଖର

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ଦିନେ

Sunil Chandra Nayak

ଚୋରା ବାଲି ଚାଲାଣ ଉପରେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିବ କେବେ

Sunil Chandra Nayak

Leave a Comment

error: Content is protected !!