ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ କଲ୍ୟାଣ ସମିତି ରୁ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଗଠନ 

ନବରଙ୍ଗପୁର ତା ୦୨ .୧୨ .୨୦୨୨(ମସିହା)  ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଏବଂ ଆଇନଗତ ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟା ଉପରେ ଜିଲ୍ଲା ସ୍ତରୀୟ ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି ବର୍ତ୍ତମାନ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଭାବରେ ଘୋଷିତ ହେବ ବୋଲି ଆଜି ଆନୁଷ୍ଠାନିକ ଭାବରେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଘୋଷଣା କରା ଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ବୈଠକ ଟିକୁ ଶୁଭାରମ୍ଭ କରିଥିଲେ । ସେ ଗାଁ କଲ୍ୟାଣ ସମିତି ଏବଂ ଗ୍ରାମ ସ୍ତରୀୟ ଶିଶୁ ମଙ୍ଗଳ ଏବଂ ସୁରକ୍ଷା କମିଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ କିପରି GKS ର ନିୟମିତ ମାସିକ ବୈଠକ ଡାକିବା ଏବଂ ବୈଠକରେ ଅଧ୍ୟକ୍ଷତା କରିବା ଆବଶ୍ୟକତା ଅଛି | ସେମାନଙ୍କର ଦାୟିତ୍ୱ ବିଷୟରେ ମତ ବ୍ୟକ୍ତ କରିଥିଲେ। ଏହି କମିଟି କୁ କିପରି ସୁଦୃଢ ଏବଂ କାର୍ଯ୍ୟକାରୀ କରାଯିବ ସେଥିଲାଗି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଅଙ୍ଗନ ବାଡ଼ି କର୍ମକର୍ତା , ଏ .ଏନ.ଏମ., ଗ୍ରାମ ସ୍ତରୀୟ ସଦସ୍ୟ ମାନଙ୍କୁ ଜିଲ୍ଲାପାଳ ତାଗିଦ କରିବା ସହ ଦାୟିତ୍ୱ ମଧ୍ୟ ଦେଇଥିଲେ | ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ ପଟନାଏକ ସଚେତନତା ଅଭାବରୁ ପୋଷ୍ୟ ସନ୍ତାନ ପ୍ରକ୍ରିୟା ଦିନକୁ ଦିନ ବେଆଇନ ହେବାକୁ ଯାଉଛି ଏବଂ ଏହା କିପରି ସାମ୍ବିଧାନିକ ବିଧି ବ୍ଯବସ୍ଥା ଅନୁଯାୟୀ ଜଣେ ପୋଷ୍ୟସନ୍ତାନ ଗ୍ରହଣ କରିପାରିବ , ଶିଶୁଙ୍କ ସୁରକ୍ଷା ଓ ଅଧିକାର କିପରି ବଜାୟ ରହିବ ସେ ଦିଗରେ ବୁଝାଇଥିଲେ I ଏହା ସହ ସେ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ର ଆବଶ୍ୟକତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ପୁନଶ୍ଚ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଥିଲେ ଯେ , ଯଦି କେହି ବ୍ୟକ୍ତି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହାନ୍ତି ତେବେ ସେମାନେ CARA ର CARINGS ପୋର୍ଟାଲ କୁ ଯାଇ ଆବେଦନ କରିପାରିବେ ଏବଂ ଯଦି କେହି ଶିଶୁ କୁ ସମର୍ପଣ କିମ୍ବା ଜିମା ଦେବାକୁ ଚାଁହୁଛନ୍ତି ତେବେ ୧୦୯୮ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହ ଯୋଗାଯୋଗ କରିବାକୁ ଅନୁରୋଧ କରିବା ସହ, କେହି ଯଦି ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି ତେବେ ସେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଏହାପରେ ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ ଫକୀର ଚରଣ ରାଉତ ଏହାର ନିର୍ଦ୍ଦେଶାବଳୀ ଉପରେ ଆଲୋଚନା କରିଥିଲେ । ପୋଷ୍ୟସନ୍ତାନ ଗ୍ରହଣ କରିବା ର ପ୍ରକ୍ରିୟା ଏବଂ ପୋଷ୍ୟ ସନ୍ତାନର ଯତ୍ନ କିପରି ଜଣେ ସହଜରେ ନେଇପାରିବ ତାହା ଉପରେ ଅରୁଣା ର ସଂଯୋଜିକା ପ୍ରଭାସିନୀ ପଟନାୟକ ଏହା ଉପରେ ବିବରଣୀ ଏବଂ ସୂଚନା ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ, DSP ଶ୍ରୀମତୀ ବବିତା ତ୍ରିପାଠୀ , ବି . ଡି. ଓ, ପାପଡାହାଣ୍ଡି ଏବଂ ତେନ୍ତୁଳୀଖୁଣ୍ଟି, ବି .ପି . ଏମ. ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର , ଡି. ପି.ଏମ. ସୁଶାନ୍ତ କୁମାର ପ୍ରହରାଜ , ଡି.ଏମ.ଆର.ସି. ଏଚ . ସୁଶାନ୍ତ ପ୍ରସାଦ ନାୟକ , ଜିଲ୍ଲା ପଂଚାୟତ ଅଧିକାରୀ ଶିଶିର କୁମାର ପାଣି , ସମସ୍ତ ସି.ଡି .ପି .ଓ , ଆଇ.ଏସ.ଆର.ଡି ର ମୁଖ୍ୟ ଶ୍ରୀ ସୁଧୀର ସାବତ , ଆର.ବି.ଏସ.କେ. ର ମ୍ୟାନେଜେର ଫିରୋଜ ବାଗ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ମମତା ଶତପଥୀ ଙ୍କ ଗଳ୍ପ  ଯା ଦେବୀ ସର୍ବଭୂତେଷୁ—

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମଦୁଆ ଉବାଚ

Sunil Chandra Nayak

ଦାବି ପୂରଣ ନ ହେବାରୁ ବନ୍ଦାଗାଁ ଗ୍ରାମବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ,ହେଲେ ଅପମାନିତ

Sunil Chandra Nayak

Leave a Comment

error: Content is protected !!