ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମର୍ମନ୍ତୃତ ସଡକ ଦୃଘଟଣା ୪ ମୃତ ୧ ଗୁରୁତର

ଡାବୁଗାଁ, ୩/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସରାଗୁଡା ଛକ ନିକଟରେ ରାଜ୍ୟରାଜପଥ-୩୯ ଉପରେ ଶୁକ୍ରବାର ମଧ୍ୟରାତ୍ରି ସମୟରେ ଏକ କାର ରାସ୍ତାକଡରେ ଥିବା ଗଛ କୁ ପିଟି ହେବା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି | ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି | ସୂଚନାଯୋଗ୍ୟ:- ନବରଙ୍ଗପୁର ରୁ ଏକ କାର ନଂ ଓଡ଼ି ୧୦କେ ୭୭୮୬ ଯୋଗେ ନବରଂଗପୁର ର ଗାଦବାଗୁଡା ଗ୍ରାମର ସେଖ ସଦାମ(୨୮) ଓ ରବୀନ ସେନ ହିଆଲ (୨୮), ସେନାପତି ସାହି ର ସାଇଦମ ବେନିଆ (୨୮), ପାପଡାହାଣ୍ଡି ବ୍ଲକ ପ୍ରାଧନିଗୁଡା ଗ୍ରାମର ଅନଶ୍ଵର ଖାନ (୨୭) ଓ ପାପଡାହାଣ୍ଡି ର ଶକ୍ତି ଖାନ (୨୫) କୌଣସି କାମରେ ଉମରକୋଟ ଅଭିମୁଖେ ଯାଉଥିଲେ | କିଏ ଜାଣିଥିଲା ଏହି ଯାତ୍ରା ଏମାନକ ଶେଷ ଯାତ୍ରା ହେବ ବୋଲି | ଯାଉଥିବା ସମୟରେ ଡାବୁଗାଁ ଥାନା ଅଧୀନ ସରାଗୁଡା ଛକ ନିକଟ ରାଜ୍ୟ ରାଜପଥ-୩୯ ଉପରେ ଗାଡି ଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛ ରେ ପିଟି ହୋଇଥିଲା ଫଳରେ ଗାଡି ରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ସେଖ ସଦାମ , ରବୀନସେନ ହିଆଲ ଓ ସାଇଦମ ବେନିୟା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା | ଅନଶ୍ଵର ଖାନ ଓ ଶକ୍ତି ଖାନ ଙ୍କୁ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରଯାଇଥିଲା | ସେଠାରେ ଅନଶ୍ଵର ଖାନ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି | ଏନେଇ ଡାବୁଗାଁ ଥାନା ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣା ହୋଇଥିବା ଗାଡି ସହ ଶବ ଜବତ କରିଥିଲା | ପରେ ମୃତକଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଡାବୁଗାଁ ଥାନାରେ ୧୮୮/୨୨ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଡାବୁଗାଁ ଥାନା ଆଇ ଆଇ ସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଧର୍ମଗଡ ରେ ଜାତୀୟ ପତାକା ଦିବସ

Sunil Chandra Nayak

ସଦର ପୁଲିସ କୁ ବଡ  ସଫଳତା – ସୁନା , ନଗଦ ଟଙ୍କା ସହ ମୋଟର ସାଇକେଲ ଜବତ , ୨ ବାଙ୍ଗଳା ଦେଶୀୟ ଡକାୟତ ଗିରଫ କୋର୍ଟ ଚାଲାଣ   

Sunil Chandra Nayak

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!