ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହେ ଇଶ୍ଵର

ହେ ଇଶ୍ଵର

ଉପେନ୍ଦ୍ର କୁମାର ବସ୍ତିଆ

   
ନିର୍ମିନେଷେ ଚାହିଁ ଦେଖ ସୁନୀଳ ଆକାଶ 
ଧରଣୀ ମାଆ ପାଉଅଛି ନିଦାରୁଣ କ୍ଳେଶ   
ଶୀର୍ଣ୍ଣ ପ୍ରାୟ ଉଦାସ ମଣିଷ 
ହେ ଇଶ୍ଵର !
ବଞ୍ଚିବାକୁ ଅବିରାମେ କରୁଛି ପ୍ରୟାସ ।
ଦେଖୁଅଛ କେଉଁ କାଳୁ ମଣିଷ ବେଭାର 
ସ୍ୱାର୍ଥ ଲାଗି ଅତ୍ୟାଚାର କରେ ବାରବାର   
ଧର୍ମାଧର୍ମେ ନ କରି ବିଚାର 
 ହେ ଇଶ୍ଵର !
ଧାଇଁ ଅଛି ଲଭିବାକୁ ସୁଖ ନିରନ୍ତର ।
ଅଜ୍ଞାନ ଏ ସଭ୍ୟଜାତି କରେ ଛିନ୍ନ ଭିନ୍ନ 
ସୃଷ୍ଟିର ସୁନ୍ଦର ଧରା ଦିଶଇ ବିବର୍ଣ୍ଣ 
    ତା ଗରଭ କରୁଛି ମନ୍ଥନ 
 ହେ ଇଶ୍ଵର  !  
ଏ କି ତୁମ ସୃଷ୍ଟିର ବିଧାନ ?
ସୁନ୍ଦର ସବୁଜ ବନ ହେଉଛି ନିଶ୍ଚିହ୍ନ 
ତାପର ପ୍ରକୋପେ ଧରା ହୁଏ ସନ୍ତୁଳନ 
    କୋଟି କୋଟି ପ୍ରାଣ କମ୍ପମାନ
 ହେ ଇଶ୍ଵର !
 ନୀତି ଦେଖି ରହୁଛ ମଉନ ?
ସୃଷ୍ଟିର ଅନନ୍ତ କାଳୁ ସଂଗ୍ରାମେ ଜଡ଼ିତ 
ଅବିରାମେ ପ୍ରକୃତିକୁ କରେ ପ୍ରତିହତ 
    ତଥାପି ଏ ମଣିଷ ଅଶାନ୍ତ 
 ହେ ଇଶ୍ଵର !
ମେଣ୍ଟି ବାକୁ ମନବାଞ୍ଛା ଚାଲିଛି ନିରତ ।
ଭୁଲିଛି ମଣିଷ ଆଜି ଧର୍ମ କର୍ମ ଜ୍ଞାନ 
ଦାମ୍ଭିକ ଚିତ୍ତରେ ଗାଏ ନିଜ ଯଶ ଜ୍ଞାନ 
    କିବା ଅଛି ପରିବେଶେ ଧ୍ୟାନ ?
 ହେ ଇଶ୍ଵର  !
ଦିନୁ ଦିନ ଜୀବନ ବିଷର୍ଣ୍ଣ ।
ତୁମରି ସୃଷ୍ଟିରେ ଶ୍ରେଷ୍ଠ ଏ ମଣିଷ ଜାତି 
ପାର୍ଥିବ କାମନା ଭୋଳେ କରୁଛି ଦୁର୍ନୀତି
ନିଃଶକୋଞ୍ଚେ ଲୋଡୁଛି ଦୁର୍ଗତି  
ହେ ଇଶ୍ଵର  ! 
ଫେଡ଼ ବାରେ ମାନବ ଦୁର୍ବୁଦ୍ଧି ।

ରାଉରକେଲା

Related posts

ନିରୁପମା ପାଣି ଙ୍କ କବିତା ଆମେତ ଭାଇ ପଇଶା ବାଲା

Sunil Chandra Nayak

ମହାସମାରୋହରେ ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଅଭିମାନ ଓ ତାର ଫେସନ 

Leave a Comment

error: Content is protected !!