ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ଵଭାବ ଓ ବଚନ

ସ୍ଵଭାବ ଓ ବଚନ

ନଳିନୀ ପ୍ରଭା ମିଶ୍ର

ସ୍ଵଭାବ ବଚନ ଶ୍ରେଷ୍ଠ ରୂପେ
  ସ୍ଥାନ ବ୍ୟକ୍ତିତ୍ବ ର ଦୁଇ ଦିଗ
ଏ ଦ୍ବୟ ବଳରେ ମାନବିକ
  ଗୁଣେ ବିତର ଇ ସ ଉରଭ।
ଶୁଦ୍ଧ ସ୍ଵଭାବ ର ହେଲେ ଅଧିକାରୀ
   ବ୍ୟକ୍ତିତ୍ବ ହୁଏ ନିର୍ମଳ
ଆଚାର ବିଚାର ବ୍ୟବହାର 
  ସଦା ହୋଇଥାଏ ଅନାବିଳ।
ପ୍ରକୃତି ଗତ ଏ ମାନବ ସ୍ଵଭାବ
  ଆତ୍ମ ଭାବ ନିଦର୍ଶନ
ମାନବିକ ଗୁଣାବଳୀ ବିମଣ୍ଡିତ
  ମନ କରେ ଆକର୍ଷଣ।
ସ୍ଵଭାବ ନିର୍ମଳ ଭାବ ପରିମଳ
  ସମାଜ ହିତ କାରଣ
ସ୍ଵଭାବ ଅଶୁଦ୍ଧ ସମାଜ ବିରୋଧ
  ଅହିତ କରେ ସାଧନ।
ବଚନ ମଧୁର ମଧୁ ଠାରୁ ବଳି
  ଓଷ୍ଠରୁ ହେଲେ ନିଃସୃତ
ସମଧୁନି ପାନ କରି ସର୍ବଜନ
  ହୋଇଥାନ୍ତି ଉପକୃତ।
ବଚନ ଦେଇ ଯେ ରକ୍ଷା କରେ
  ତାହା ସେ ଏକା ମହତ୍ ଜନ
ତା’ ଜୀବନ ଧାରା ପବିତ୍ର ଜାହ୍ନବୀ
  କଳୁଷ କରେ ହରଣ।
ସ୍ଵଭାବ ବଚନେ ସମନ୍ବୟ ରଖି
  ଯେଉଁ ଜନ କାର୍ଯ୍ୟ କରେ
ସେ ସତ୍ କାର୍ଯ୍ୟ ର ଫଳ ସ୍ଵରୂପ
 ‌ରେ ସ୍ଵର୍ଗ ପଦ ଲାଭ କରେ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ରାୟଗଡା ଜିଲ୍ଲା ପୁରସ୍କୃତ

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଏ ଯୁଗ ରାବଣ

Sunil Chandra Nayak

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର, ୧୦୮ରେ କଲ କଲେ ମିଳିପାରିବ ଘରୋଇ ଆମ୍ବୁଲାନ୍ସ ସେବା

Sunil Chandra Nayak

Leave a Comment

error: Content is protected !!