ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ବାଲେଶ୍ଵର,୦୬/୧୨/୨୨- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ପ୍ରତାପପୁର ଠାରେ ସ୍ବର୍ଗତା ଚଞ୍ଚଳା ସାହୁଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ଉଦଘାଟକ ଭାବେ ଜଳେଶ୍ବରର ସୀମାନ୍ତ ପ୍ରହରୀ, ସୁସାହିତ୍ଯିକ ତଥା ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫେସର ବିପିନ ବିହାରୀ ବିଶ୍ବାଳ ଯୋଗଦେଇ ଉଦଘାଟନ କରିଥିଲେ । ସଭାପତି ଜଳଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିଲେ ସ୍ବର୍ଗତା ସାହୁଙ୍କ ପୁତ୍ର ଦୟାନିଧି ସାହୁ । ଲକ୍ଷ୍ମୀପ୍ରିୟା ପରିଡ଼ା ଶଙ୍ଖଧ୍ବନି ବାଦନ କରିଥିଲେ । ପ୍ରଥମେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ଓ ଦମୟନ୍ତୀ ଜେନାଙ୍କ ବେଦପାଠ ପରେ ସଭାପତି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ପ୍ରଫେସର ଡଃ ନଟବର ଶତପଥୀ, ମୁଖ୍ୟ ଅତିଥି ଭାବେ ପ୍ରଫେସର ଡଃ ବାବାଜୀ ଚରଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ବିଶ୍ବମ୍ଭର ଜେନା, ଅଧ୍ଯାପକ କେଦାର ନାଥ ମହାନ୍ତି, କବି ଭରତ ଚନ୍ଦ୍ର ଦାଶ, ସୁକୁମାର ଦାସ ପ୍ରମୁଖ ଯୋଗଦେଇ ମାତୃପୂଜନ ଓ ମାତୃଶ୍ରାଦ୍ଧ ସମ୍ବନ୍ଧୀୟ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମଚରଣ ସାମଲ ଓ ଧିରେନ୍ଦ୍ର ନାଥ ହାଜିରା ପ୍ରମୁଖ ବିଷୟ ସମ୍ବନ୍ଧିତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ବର୍ଗତା ସାହୁଙ୍କ ପୁତ, ଅଧ୍ଯାପକ ତଥା ସୁସାହିତ୍ଯିକ ଦୟାନିଧି ସାହୁଙ୍କ ଦ୍ବାରା ରଚିତ ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ପ୍ରଥମ ପୁସ୍ତକ ” ବଚନ ଓ ପ୍ରବଚନ ” ମୁଖ୍ୟବକ୍ତା, ମଞ୍ଚାସୀନ ଅତିଥି, ଲେଖକ ଓ ଲେଖକଙ୍କ ପତ୍ନୀ, ସୁଦର୍ଶନ ସାହୁ ଓ ଗୌରମୋହନ ସାହୁ, ଦ୍ବିତୀୟ ପୁସ୍ତକ ” କାଳର କଟାକ୍ଷ ” ଡଃ ବାବାଜୀ ଚରଣ ପଟ୍ଟନାୟକ ଓ ତୃତୀୟ ପୁସ୍ତକ ” ବୋଝ ନଥିବା ପିଠି ” ଉଦଘାଟକଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ମଞ୍ଚାସୀନ ଅତିଥି ମାନେ ଉନ୍ମୋଚନ କାର୍ଯ୍ୟରେ ସହଯୋଗ କରିଥିଲେ । ବିଷୟ କୈନ୍ଦ୍ରିକ ଆଲୋଚନା କରିଥିଲେ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟ, ଜଗାଇର ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ବିଶ୍ବମ୍ଭର ଜେନା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ ଓ ଅନ୍ୟମାନେ । ବାଲେଶ୍ଵରର ପିତାମହ ଯେ କି ୪୯ ଗୋଟି ପୁସ୍ତକର ସ୍ରଷ୍ଟା ସୁସାହିତ୍ଯିକ ବ୍ରଜେନ୍ଦ୍ର ନାଥ ଗିରି ପୁସ୍ତକ ଗୁଡିକର ସମୀକ୍ଷା କରିଥିଲେ ।

       ଏହି ପରିପ୍ରେକ୍ଷୀରେ ନିଷ୍କାମ ସାହିତ୍ୟ ପରିଷଦ, ପ୍ରତାପପୁର, ବାଲିଆପାଳ, ବାଲେଶ୍ଵର ତରଫରୁ ବିଶିଷ୍ଟ ଦାସକାଠି ଗାୟକ ଯଦୁନାଥ ପଣ୍ଡା, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ବାଗ ଓ ରଘୁନାଥ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ଦାସ ପ୍ରମୁଖ ପ୍ରତିଭା ମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସଭାପତିଙ୍କ ଅଭିଭାଷଣ ଏବଂ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପ୍ରଧାନଙ୍କ କୃତଜ୍ଞତା ଜ୍ଞପନ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା । ଏଥିରେ କବି, ସାହିତ୍ଯିକ, ସାମ୍ବାଦିକଙ୍କ ସମେତ ବିଭିନ୍ନ ପ୍ରତିଭାଧାରୀ ବ୍ଯକ୍ତି ବିଶେଷ ଯୋଗ ଦେଇଥିଲେ । ସନ୍ଧ୍ୟାରେ ସ୍ବର୍ଗତା ସାହୁଙ୍କ ପୁତ୍ର, ଅଧ୍ଯାପକ ତଥା ସୁସାହିତ୍ଯିକ ଦୟାନିଧି ସାହୁଙ୍କ ପାଲା ପରିବେଷଣ ପରେ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟର ସମ୍ମାନ ଛାତ୍ରଛାତ୍ରୀ ମାନେ ” ବୋଝ ନଥିବା ପିଠି ” ନାଟକ ପରିବେଷଣ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଶ୍ୱ ମିତବ୍ୟୟୀତା ଦିବସ ଅବସରରେ ସଚେତନତା ରଥ ପରିକ୍ରମା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁଳସୀ ତୁଳସୀ ବାସେ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା – ଭକ୍ତି ନୈବେଦ୍ୟ

Sunil Chandra Nayak

Leave a Comment

error: Content is protected !!