ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାୟାକଳ୍ପ – 2021-22 , ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଭବାନୀପାଟଣା ତା: 06.12.2022 – ସ୍ୱଚ୍ଛତା, ସ୍ବାସ୍ଥ୍ୟ ସେବା ତଥା ସଂକ୍ରମଣ ନିୟନ୍ତ୍ରଣ କରିବା ଏବଂ ଜନସ୍ୱାସ୍ଥ୍ୟ କୁ ସୁନିଶ୍ଚିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଡାକ୍ତରଖାନା, ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରୋତ୍ସାହନ ସ୍ୱରୂପ ପ୍ରତିବର୍ଷ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ଅବସରରେ ଆଜି ସ୍ଥାନୀୟ ଟାଉନ୍ ହଲଠାରେ କାୟାକଳ୍ପ ୨୦୨୧-୨୨ ରେ ଉଲ୍ଲେଖନୀୟ ପାରଦର୍ଶିତା ଲାଭ କରିଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରିବାପାଇଁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ରୂପେ ସି.ଡି.ଏମ୍.ଓ ଡଃ ରଞ୍ଜନ ମିତ୍ର, ଡି.ପି.ଏଚ୍ ଓ ଡ ରାକେଶ ସାହୁ, ଏଡି.ପି.ଏଚ୍.ଓ ( ଟି.ବି) ଡ ନିହାର ରଞ୍ଜନ ପଣ୍ଡା, ଡି.ପି.ଏମ ( ଏନ୍.ଏଚ୍.ଏମ) ଅବନୀ ରଞ୍ଜନ ମହ।ପାତ୍ର ତଥା ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ପ୍ରମୁଖ ମଞ୍ଚ।ସୀନ ଥିଲେ ।ଉକ୍ତ ସମାରୋହରେ ସର୍ବ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ନିମନ୍ତ୍ରିତ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଡି ପି ଏମ ଶ୍ରୀ ମହାପାତ୍ର ସ୍ବାଗତ ସମ୍ଭାଷଣ ସହ ସମ୍ୟକ୍ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବକ୍ତବ୍ୟରେ କାୟକଳ୍ପ ଦ୍ଵାରା ପୁରସ୍କୃତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନର ଉଲ୍ଲେଖନୀୟ ପରିବର୍ତ୍ତନ ଓ ସ୍ଵାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ ।କଳାହାଣ୍ଡି ଜିଲ୍ଲାରେ କ୍ରମାଗତ ଭାବରେ ସ୍ବାସ୍ଥ୍ୟ ଅନୁଷ୍ଠାନରେ ସ୍ୱଚ୍ଛତା, ପରିମଳ ,ସଂକ୍ରମଣକୁ ନିୟନ୍ତ୍ରଣ ଓ ଉଲ୍ଲେଖନୀୟ ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ଲାଭ କରିଛନ୍ତି । ଚଳିତ ବର୍ଷ ମଧ୍ୟ ଜିଲ୍ଲାର ଡି.ଏଚ୍.ଏଚ୍, ଏସ.ଡି.ଏଚ୍, ପି.ଏଚ୍.ସି, ସବ୍ ସେଣ୍ଟର୍, ୟୁ.ପି.ଏଚ୍.ସି ଭଳି ୬୩ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ କାୟା କଳ୍ପ ୨୦୨୧-୨୨ ବର୍ଷ ପାଇଁ ପୁରସ୍କାର ଲାଭ କରିଛନ୍ତି । ତନ୍ମଧ୍ୟରୁ ନର୍ଲାର ମୁସ୍କୁଟି, ଉପ ସ୍ବାସ୍ଥ୍ୟକେନ୍ଦ୍ର ରାଜ୍ୟରେ ଏବଂ ଦାଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଜିଲ୍ଲାରେ ପ୍ରଥମ ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭବାନୀପାଟଣା ରାଜ୍ୟରେ ପ୍ରଥମ ପୁରସ୍କାର ପାଇଛନ୍ତି । ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥିଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ସମ୍ଭର୍ଦ୍ଧନା ସମାରୋହରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ଡାକ୍ତରଖାନା ଓ ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର, ନର୍ସିଂ ଅଫିସର୍, ଫାର୍ମାସିଷ୍ଟ, ଏନ୍.ଏଚ୍.ଏମ୍, ମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ । ସଭାଟିକୁ ପରିଚାଳନାରେ ସହଯୋଗ କରିଥିଲେ ହସ୍ପିଟାଲ୍ ମ୍ୟାନେଜର ଡ଼ଃ ଶ୍ରୀରାମ ମହାନ୍ତି, କ୍ୱାଲିଟୀ ମ୍ୟାନେଜର ରିତା ନାୟକ, ସି.ପି ମ୍ୟାନେଜର ମିନାକ୍ଷୀ ପଟ୍ଟନାୟକ ଏବଂ ମଞ୍ଚ ସଂଯୋଜନା କରିଥିଲେ ଏନ୍.ସି.ଡ଼ି ଆସିଷ୍ଟାଣ୍ଟ ମ୍ୟାନେଜର ହିମାଂଶୁ ଶେଖର ବାରିକ ଏବଂ ଶ୍ରୀ ଭବାନୀ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଗୁରୁ ଘାସିଦାସ ବାବାଙ୍କ ୨୬୫ତମ ଅବତରଣ ଦିବସ ଓ ଧ୍ୱଜାରୋହଣ

Sunil Chandra Nayak

ରାଇଘର ଠାରେ ଧୁମଧାମରେ ପାଳିତ ହେଲା ମହମ୍ମଦ ଜୟନ୍ତୀ 

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ: କାହାକୁ କେତେ ଭୋଟ

Sunil Chandra Nayak

Leave a Comment

error: Content is protected !!