ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ବୈଠକ : ଖରିଫ ଧାନ ମଣ୍ଡି ସମ୍ବନ୍ଧରେ ଆଲୋଚନା

 ତେନ୍ତୁଳିଖୁଣ୍ଟି – ୬/୧୨/୨୨-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ  ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ର ବୈଠକ ସଭାପତି ଅଖିଳ ଭତରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ବୈଠକର ପ୍ରାରମ୍ଭ ରେ ପୂର୍ଵ ବୈଠକ ର ବିବରଣୀ ପାଠ ଓ ଲ୍ୟାମ୍ପ ର ଆୟ ବ୍ୟୟ ସମ୍ପର୍କିତ ବିବରଣୀ ପାଠ କରାଯାଇଥିଲା।  ପରେ ରବି ଋଣ ଓ ରବି ପ୍ରକୃମେଣ୍ଟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।  ଚଳିତ ଖରିଫ ଋତୁ ରେ ଧାନ ମଣ୍ଡି ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଥିଲା।  ଲ୍ୟାମ୍ପ ର କମ୍ପୁଟରୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।  ଏହି ବୈଠକରେ   ଶାଖା ପରିଚାଳକ  ଶଙ୍କର ପ୍ରସାଦ ରଥ , ସୁପର ଭାଇଜର  ଅରୁଣ ମହାପାତ୍ର ,ଏମ ଡି ନରେଶ ଚନ୍ଦ୍ର ଦାସ ଲ୍ୟାମ୍ପ  ର ବିଭିନ୍ନ ଅଭାବ ଓ ଅବଶ୍ୟକତା ତଥା ଚାଷୀଙ୍କ ହିତ ପାଇଁ କଣ ପଦକ୍ଷେପ ନିଆଯାଇପାରିବ ମତ ରଖିବା ସହ ସରକାରୀ ସହାୟତା ର ଦସ୍ତାବିଜ ଉପସ୍ଥାପନ କରିଥିଲେ। ଲ୍ୟାମ୍ପ ର ଗୋଦାମ ଗୃହ ଓ ଗୋଦାମ ଗୃହ ନୂତନ ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଦୁଇ ଜଣ ପୂର୍ବତନ କର୍ମଚାରୀ ଉତ୍ତରାଧିକାରୀ ଙ୍କ ଥଇଥାନ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ଋଣ କମିଟି ରେ ବାରିଜ ପଟନାୟକ ଓ ନିର୍ମାଣ କମିଟି ରେ ପ୍ରକାଶ ପଣ୍ଡା ଓ ଉମାଶଙ୍କର ନାୟକ ଙ୍କୁ ମନୋନୀତ କରାଯାଇଥିଲା।ଲ୍ୟାମ୍ପ ଉପ ସଭାପତି ଦ୍ୱୀପତି ବେହେରା ସମେତ ୧୩ ଜଣ ଯାକ  ନିର୍ଦେଶକ ବାରିଜ ପଟ୍ଟନାୟକ, ବନମାଳୀ ଚାଲାଣ, ବନମାଳୀ ଜାନୀ , ପ୍ରକାଶ ପଣ୍ଡା, ଗୁରୁ ପୂଜାରୀ,ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ଲ୍ୟାମ୍ପ କର୍ମଚାରୀ ବଳରାମ ପାଣିଗ୍ରାହୀ, ରାମକୃଷ୍ଣ ପାଢ଼ୀ, ମକର ବେହେରା, ଫକୀର ନାୟକ ଓ ଚନ୍ଦନ ସାହୁ ପ୍ରମୁଖ ସହଜଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଜ୍ୟ ସ୍ତରରେ ମସଜିଦ ରୁ ଲାଉଡ ସ୍ପିକର ହଟାଓ ଅଭିଜାନ ଆରମ୍ଭ କଲା ଦେବସେନା ସଂଗଠନ

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ 

ଲିପ୍ସା ଛତ୍ରିଆ କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଶ୍ୱନାଥ କର

Sunil Chandra Nayak

Leave a Comment

error: Content is protected !!