ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଭଲରେ ଅଛି ମୁହିଁ

  ଭଲରେ ଅଛି ମୁହିଁ

   

                    ଅପର୍ତ୍ତି ସେଠୀ

ମୋ ଚାଳଘର ଭଙ୍ଗା ଛପର
      ରାତିରେ ଜହ୍ନ ପଡ଼େ,
ରାତି ପାହିକି‌ ସକାଳ ହେଲେ
      ଖରା ପଡେ ମୋ ଘରେ।
ବରଷା‌ ପାଣି ଗଳ‌ଇ ପୁଣି
       ହେଲେ ବରଷା‌ ଦିନ,
ଶୀତ କାକରେ ମୋ କୁଡିଆରେ‌
       ସୁଖରେ ବିତେ ଦିନ।
ସୁଖ ଓ ଶାନ୍ତି ରହିଛି ଲାଖି‌
       ମୋ ଝାଟିମାଟି‌ କାନ୍ଥେ‌,
ଶାଗ ପଖାଳ ଖୁସି ମଧୁର
      ମୋ ସ୍ତ୍ରୀ ପିଲା ସାଥେ।
ଦିନ ମଜୁରୀ ମୂଲରେ‌ ପୁଣି
      କିଣେ‌ ମୁଁ ତେଲ ଲୁଣ,
ବଡ଼ ମୋ ପାଇଁ ବଡଠାକୁର
      ବଡ଼ ମୋ ସନମାନ‌।
କାହାରି ମନ୍ଦ ଚିନ୍ତା କରେନା
      କାହାରି ଧାରେ ନାହିଁ,
ଖଣ୍ଡିଏ ପିନ୍ଧି ଗଣ୍ଡିଏ ଖାଇ
       ଭଲରେ ଅଛି ମୁହିଁ।
ପାଞ୍ଚ ପରାଣୀ‌ କୁଟୁମ୍ବ ଘେନି
       ଛୋଟିଆ ମୋର ରାଜ୍ୟ,
ସେଇ ରାଇଜେ କାଳିଆ ରଜା
       କରେ ମୁଁ ତାଙ୍କ କାର୍ଯ୍ୟ।
କାର୍ଯ୍ୟରୁ ଫେରି ପିଲାଙ୍କୁ ଦେଖି
       ପେଟ ମୋ ଯାଏ ପୁରି,
ଖୁସି ଗପରେ ହସ ମଜାରେ
       ମୋ ଦିନ ଯାଏ ସରି।
ଜାଣିନି ମାୟା ଜୀବନେ ଯାହା
      ସଞ୍ଚି ମୁଁ ନାହିଁ ଧନ,
ଧନ ସିନ୍ଧୁକ କଳାମାଣିକ
      ସିଏ ମୋ ପ୍ରାଣ ଧନ।
ମୋ ଭଙ୍ଗା ଡଙ୍ଗା ଭବ ସାଗରେ
      ଚାଲିଛି ହଲି‌ ହଲି,
ନାହିଁ ମୋ ଡର କଳା ଠାକୁର
      ମଙ୍ଗ ଧରିଛି ବୋଲି।
ବୃଦ୍ଧ ବି ହେଲି ଯିବି ମୁଁ ଚାଲି
      ନିଶ୍ଚେ ମଶାଣୀ ଭୂଇଁ,
ରାମନାମକୁ ଗଣ୍ଠି କରିଛି
      କେବେ ଛାଡ଼ିବି ନାହିଁ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

କର୍ମଚାରୀ ରାଜ୍ୟ ବୀମା ନିଗମର ପଶ୍ଚିମ ଓଡ଼ିଶା ଓ ଇଏସଆଇସି ମଡେଲ୍ ହସପିଟାଲ,ରାଉରକେଲା ପ୍ରତି ଉଦ୍ଦେଶ୍ୟମୂଳକ ବୈମାତୃକ ମନୋଭାବ ବିରୁଦ୍ଧରେ ହିନ୍ଦ୍ ମଜଦୂର ସଭାର ସାମ୍ୱାଦିକ ସମ୍ମିଳନୀ

Sunil Chandra Nayak

ବିଜେପି ରୁପ୍ରା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!