ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମରୀଚିକା

    ମରୀଚିକା 

          (ଗଳ୍ପ)

ଉପେନ୍ଦ୍ର କୁମାର ବସ୍ତିଆ

  
ଚେନାଏ ଆଲୋତ୍କ କଣିକା ପାଇବା 
ଆଶାରେ ଆଗେଇ ଚାଲିଥିଲି ଆଗକୁ 
ଆହୁରି ଆଗକୁ,ଭାବୁଥିଲି ଝଲମଲ 
ଦିଶିବ ଭାଗ୍ୟମୋର ବିଷର୍ଣ୍ଣ ସ୍ବପ୍ନ 
ସବୁ ମାଜି ହୋଇଯିବ ହା ହୁତାସ 
ସମୟର ଚିହ୍ନ ସବୁ ଲିଭିଯିବ ,
ହାତରୁ ଖସି ଯାଇଥିବା ମୁହୂର୍ତ୍ତ 
ମାନ ସବୁ ଲେଉଟି ଆସିବ ।
ଘୁଂଚିଗଲି ମୁଁ ଗୋଟିଏ ପାଉଣ୍ଡ 
ଅନ୍ଧାରକୁ ପିଠି କରି ହେଲେ ଆଲୁଅ 
ଟିକକ କାହିଁ ? ଅନ୍ଧାର ଜାବୁଡି ଧରୁ 
ଥିଲା ଆହୁରି ଜୋର କରି , ଜାଗ୍ରତ 
ଚେତନା ଜଡ ହୋଇ ଉଠୁଥିଲେ 
ତଟସ୍ଥ ହୋଇ ସମ୍ଭାଳି ବାକୁ ପ୍ରୟାସ 
କରିଥିଲି ସେତେବେଳେ ମୁଁ ଅନ୍ଧାରର
ହୋଇ ସାରିଥିଲି। ଠିକଣା ମୋର 
ଘୁରି ବୁଲୁଥିଲା ଗହୀର ଅନ୍ଧାରରେ
କ୍ଳାନ୍ତ ଓ ଅବସନ୍ନ ଦିଶୁଥିଲା ପାଦ 
ଚିହ୍ନ ଖୋଜିବାକୁ ବିସ୍ତାର କରିଥିଲି 
କାୟା, ହାତପାହାନ୍ତାରେ ଉଲ୍ଲକା ମାନ 
ଖସି ପଡୁଥିଲେ ସନ୍ତର୍ପଣରେ ଆଗେଇ 
ଗଲି ମରୁଦ୍ୟାନକୁ ଲୁଚିଯିବି ବୋଲି ,
ଭାବିଲି ମୋ ଅଦୃଶ୍ୟ ନକ୍ସାର ଟେର
ପାଇବନି ଅନ୍ଧାର ହେଲେ ସେଠି ଥିଲା 
କେବଳ ଯୋଜନ ଯୋଜନ ବାଲି ।

ରାଉରକେଲା

Related posts

ନିର୍ଭୀକ ଦାୟିତ୍ବବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ର ମାଧ୍ୟମ ହେଉ ୱେବମିଡ଼ିଆ

Sunil Chandra Nayak

ଢେଙ୍କାନାଳ ରେ ଆରବିଆଇ ଲୋକପାଳ ଅଫିସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଆଜାଦି କୀ ଅମୃତମହୋତ୍ସଵ ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଡ଼ିଲା ସ୍ୱଚ୍ଛତା ରଥ

Sunil Chandra Nayak

Leave a Comment

error: Content is protected !!