ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

ରାଉରକେଲା/ ଓଡିଆ ପତ୍ରିକା ରାଷ୍ଟ୍ରଦୀପର ପାଠକ ସମ୍ମିଳନୀ ସେକ୍ଟର ୪ ସ୍ଥିତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଉରକେଲା ନଗର ସହସଂଘ ଚାଳକ ପ୍ରଭାତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମନୋରଞ୍ଜନ ଦାଶ ମୁଖ୍ୟଅତିଥି, ଢେଙ୍କନାଳ ବିଭାଗ ସଂଘ ଚାଳକ ସୁଧୀର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ କହିଲେ ଯେ ରାଷ୍ଟ୍ରଦୀପ ପତ୍ରିକା ରାଷ୍ଟ୍ରର ଦୀପ ସଦୃଶ ସମସ୍ତଙ୍କୁ ତା’ର ଆଲୋକ ବିଛୁରିତ କରି ଆଲୋକିତ କରିଚାଲିଛି। ଏକ ରାଷ୍ଟ୍ରବାଦୀ ପତ୍ରିକା ଋପରେ ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ମୁଖ୍ୟବକ୍ତା ଶ୍ରୀ ମିଶ୍ର ରାଷ୍ଟ୍ରଦୀପର ପାଠକୀୟ ଆଦୃତି ସହ ବହୁ ବାଧାବିଘ୍ନ ସତ୍ତ୍ଵେ ନିଜ କର୍ତ୍ତବ୍ୟ ପଥରୁ ଓହରି ଯାଇନଥିବା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ପଞ୍ଚମ କଳାକେନ୍ଦ୍ରର ଗୁରୁ ପଞ୍ଚାନନ ମଲ୍ଲିକଙ୍କ ତତ୍ତ୍ବାବଧାନରେ ଶିଶୁ କଳାକାରଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମକର୍ତ୍ତା ସର୍ବଶ୍ରୀ ବେଲେଶ୍ବର ସାହୁ, ଭୁବନାନନ୍ଦ ତ୍ରିପାଠୀ, ପ୍ରଦୀପ ବିଶି,ରବିନ୍ଦ୍ର ସେଠୀ, ଏସ୍ ଲକ୍ଷ୍ମୀନାରାୟଣ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରଦୀପ ପ୍ରଚାର ସମିତିର ସଂପାଦକ ବାପୁଜୀ ରାୟ କର୍ମକର୍ତ୍ତାଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସତ୍ୟାନନ୍ଦ ଦାସ ମଂଚ ପରିଚାଳନା କରିଥିବା ବେଳେ ପ୍ରଚାର ସମିତିର ଅଧ୍ୟକ୍ଷ ଭାସ୍କର ସିଂ ଓ ସଂଯୋଜକ ଅମୂଲ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୁଇଟି ହାତୀ ଆକ୍ରମଣରେ ଗୃହ ନଷ୍ଟ ସହ ଅଳ୍ପକେ ବର୍ତିଲେ ବୁଢ଼ାବୁଢ଼ୀ ଓ ନାତୁଣୀ 

Sunil Chandra Nayak

ଟାଟା ଷ୍ଟିଲ, ମେରାମଣ୍ଡଳୀ ରେ ସୁରକ୍ଷା ସଚେତନତା

Sunil Chandra Nayak

ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ପୁରସ୍କୃତ ହେଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଓ ଖବରଦାତା ଅନିଲ

Sunil Chandra Nayak

Leave a Comment

error: Content is protected !!