ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋଦେଶ ମନ୍ଦିର ମୋଦେଶ ଠାକୁର
   ବିଶ୍ବ ମୋର ପରିବାର 
ସୁଖରେ ଜୀବନ ଶାନ୍ତିରେ ଜୀବନ
    ଭରସା ମୋର ଈଶ୍ୱର।
ସବୁ ମନ ନେଇ ଗଢ଼ା ଏକ ମନ
    ସ୍ନେହ ରଜୁ ଏକମାତ୍ର
ନିବିଡ଼ ବନ୍ଧନ ସଂସାର ପ୍ରେମରେ
   ଭକ୍ତି ଶାନ୍ତି ମୋ ସର୍ବତ୍ର।
ବହୁ ଜନ ଥିଲେ ଗଢ଼ା ହିଂସା ବାଦ
        ଖାଇଗଲା ନେଇ ଗଲା
ପଶୁଙ୍କ ଭିତରେ ଆଦର ରହିଛି
     ସ୍ନେହ ପ୍ରୀତି ଚଳ ଭଲା।
ମାନବ କହୁଛି ପଶୁବି କହୁଛି
    ଶଦ୍ଦ ଭାବ ଭକ୍ତି କଂଣ୍ଠେ
ଜୀବନ ସମାନ ଠାକୁର ସମାନ
    ସର୍ବେ ଯିବା ବଇକୁଣ୍ଠେ।
ସଭିଏଁ ପ୍ରାର୍ଥନା ସଭିଏଁ କାମନା
    ପୁଣ୍ୟ ହେଉ ସବୁ କାମ
ସମସ୍ତ ଭିତରେ ଏକ ମନ ହୋଇ
    ଚଳୁ ମିଶି ଧରା ଧାମ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ଉପାଧ୍ୟକ୍ଷ ଙ୍କ ଦ୍ୱାରସ୍ଥ ହେଲେ ପୁଝାରିପଡା ଗ୍ରାମବାସୀ

ମୋଦି ସରକାର ଙ୍କ ଦ୍ଵିତୀୟପାଳି ଶାସନ ରେ ୩ୟ ବର୍ଷ ପୂର୍ତ୍ତି ଅବସରେ ରେ ଯୁବମୋର୍ଚ୍ଚା ର ବିକାଶ ତିର୍ଥ ବାଇକ୍ ରେଲି

Sunil Chandra Nayak

ପିଇବା ପାଣି ପାଇଁ ଜଳଛତ୍ର ଖୋଳାଯାଉ

Sunil Chandra Nayak

Leave a Comment

error: Content is protected !!