ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁବାବୁ ପେନସନ ଯୋଜନାରେ ୮୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ଓ କାର୍ଡ ପ୍ରଦାନ

କୋକସରା,୮/୧୨- ବୁଧବାର କୋକସରା ବ୍ଲକ ପ୍ରଶାସନ। ପକ୍ଷରୁ ବ୍ଲକର ୨୨ ପଂଚାୟତର ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ୮୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ଓ କାର୍ଡ ପ୍ରଦାନ କରାଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପରିଚାଳନାରେ କାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଡ଼ହଗାଁ ସରପଞ୍ଚ କୁଞ୍ଜଳତା ନାଏକ, କାଉଡୋଳା ସମିତି ସଭ୍ୟା ବୈଦେହୀ ବେଶ୍ରା ପଞ୍ଚାୟତ ନିର୍ବାହୀ ଅଧିକାରି ମାନେ ଉପସ୍ଥିତ ରହି ହିତାଧିକାରୀଙ୍କୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୧୧ ପଂଚାୟତର ହିତାଧିକାରୀ ମାନଙ୍କୁ କାର୍ଡ ପ୍ରଦାନ କରିଛନ୍ତି। ଗୁରବାର ୧୧ ପଞ୍ଚାୟତର ଅନ୍ୟ ହିତାଧିକାରୀଙ୍କୁ ଭତ୍ତା ଓ କାର୍ଡ ପ୍ରଦାନ କରାଯିବା ନେଇ ବିଏସଏସଓ ବେହେରା ସୁଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

କବିତା – ପ୍ରଣୟ ବ୍ୟଥା

Sunil Chandra Nayak

ଏଫ ସି ଆଇ ଛକରେ ଚୋରି କରିଥିବା ଦୁଇ ଜଣ ଯୁବକ କୁ ଗିରଫ କଲା ପୋଲିସ

Sunil Chandra Nayak

ଜିଲ୍ଲାପାଳ ଙ୍କୁ ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଭେଟିଲା ଉତ୍କଳ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!