Uncategorizedସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାତ by Sunil Chandra NayakDecember 9, 20220157 Share0 ଭାତ ସାତ ଜନମକୁ ଅଗ୍ନି ସାକ୍ଷୀ ରଖି ଧରିଥିଲି ତୁମ ହାତ ଏହି ଜନମରେ ନିଜେ ରାନ୍ଧି ଖାଏ ନିଜ ହାତେ ପୁଣି ଭାତ ଧିକ ମୋ ଜୀବନ ସତ ବାକି ଛଅ ଜନମ ତୁମ ସାଥେ ମୋର ନହେଉ ଥରୁଟେ ଭେଟ ସାତ ଜନମକୁ………………..୧ ଜଗନ୍ନାଥ ତୁମେ ନୟନରେ ଦେଖ ରାନ୍ଧି ମୁଁ ଖାଉଛି ଭାତ ତୁମ ଭାରିଜାତ ତୁମ ପାଇଁ ରାନ୍ଧେ ସ୍ଵାଦିଷ୍ଟ ବ୍ୟଞ୍ଜନ ଭାତ ମୋ ଦୁଃଖ କୁ ତୁମେ ବୁଝି ପାରି ବନି କି କଥା କହିବି ନାଥ ସାତ ଜନମକୁ………………..୨ ତୁମ ଭାରିଜାକୁ ତୁମେ ବୁଝାଇଲ ରସଗୋଲା ଖୋଇ ଦେଇ ଭାରିଜାଟା ମୋର ଜମା ବୁଝେ ନାହିଁ ହୋଟେଲ ଜାଉଛି ଖାଇ କାହାକୁ କହିବି କିଏ ସେ ସୁଣିବ ଜୀବନ ହାରିବି ସତ ସାତ ଜନମକୁ ଅଗ୍ନି ସାକ୍ଷୀ ରଖି ଧରିଥିଲି ତୁମ ହାତ………….୩ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର