ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆମ କନ୍ଧମାଳ ଏହି

ଆମ କନ୍ଧମାଳ ଏହି

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଆମ କନ୍ଧମାଳ ସଜ ଫୁଲମାଳ
ପାଦପ ଲତାରେ ଭରା
ତା’ ଭାଇ ଭଉଣୀ ତା’ ଝରଣାରାଣୀ
ସବୁଠୁ ଲାଗନ୍ତି ତୋରା
ତାହା ସରି କିଏ କାହିଁ,
ସବୁଠୁ ସୁନ୍ଦର ଅତି ମନୋହର
ଆମ କନ୍ଧମାଳ ଏହି….(୦)
ସରଳ ନୀରିହ ହୃଦୟରେ ସ୍ନେହ
ଧରିଥିବା ଅଧିବାସୀ
କରି ବସବାସ ମନେ ହସ ହସ
ସଭିଙ୍କୁ ନିଅନ୍ତି ତୋଷି 
ତାଙ୍କ ପରି କିଏ ନାହିଁ,
ହୃଦୟ ଯାହାର ଅତ୍ୟନ୍ତ ସୁନ୍ଦର
କଳୁଷ ଥାନ୍ତି ଦୂରେଇ……(୧)
ନଦୀ ଗିରି ବନ ପୁଣି ଉପବନ
ଝର ପାହାଡ଼ ପର୍ବତ
ଓଡିଶା କାଶ୍ମୀରୀ ଯହିଁ ଗର୍ବ ଭରି
ଯଶ ବଢାଏ ବହୁତ
ପୁତୁଡ଼ି ପ୍ରପାତ ପୃଥିବୀ ବିଖ୍ୟାତ 
ଦର୍ଶନୀୟ ସ୍ଥାନ ହୋଇ……(୩)
ପଣତ କାନିରେ ଘୋଡାଇ ଆଦରେ
ନାରାୟଣୀ ରହିଛନ୍ତି
ବରାଳ ଦେଵୀ ଓ ଅନ୍ୟଦେବାଦେବୀ
କରୁଣା ଢ଼ାଳି ଦିଅନ୍ତି
ମାତାଙ୍କ ଆଶିଷ ପାଇ,
ପାଳୁଅ ଜଲଦୀ ଚିଜ ନାନା ଜାତି
ବିଶ୍ଵ ପ୍ରସିଦ୍ଧ ହୁଅଇ….(୪)

ଫୁଲବାଣୀ, କନ୍ଧମାଳ

Related posts

ଉଛୁଲା ଗାଁର ସୀମାନ ଶବର ବିଦ୍ଯୁତ ଆଘାତ ଘଟଣା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୂଖ୍ଯ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

Sunil Chandra Nayak

ବିରିଘାଟ କୁ ସଂଯୋଗ କରୁଥିବା ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ ?

Sunil Chandra Nayak

ଚାଷୀ ଙ୍କୁ ସରକାରୀ ସୁବିଧା ଉପଲବ୍ଧି ରେ ବାଧକ ଦୂର ପାଇଁ କ୍ୟାମ୍ପ ଓ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!