ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ମହୋତ୍ସଵ ପାଇଁ  ଶୁଭ ସ୍ତମ୍ଭ ସ୍ଥାପନ

ନୂଆପଡା/ ,ନୂଆପଡା ଜିଲ୍ଲା ଖଡ଼ିଆଳ ମହୋତ୍ସଵ ୨୦୨୨-୨୩ ପାଳନକୁ ନେଇ ଶୁଭ ସ୍ତମ୍ଭ ସ୍ଥାପନ ଶୁକ୍ରବାର ଦିନ  ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସଵ ରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ସ୍ତମ୍ଭ ସ୍ଥାପନ କରିଛନ୍ତି।ଏଥିରେ ମହୋତ୍ସଵ ପାଳନ କମିଟି ଅଧକ୍ଷ ଜିତେନ୍ଦ୍ର ନାଥ ପଟ୍ଟନାୟକ କର୍ତ୍ତା ଭାବରେ ଯୋଗଦେଇ ଥିବା ବେଳେ ପୂଜକ ଭାବେ ସୁଦର୍ଶନ ଠାକୁର ପୂଜାର୍ଚ୍ଚନା କରିଥିଲେ  । ମହୋତ୍ସବ କମିଟିର  ସମ୍ପାଦକ ସୁନୀଲ କୁମାର ସାହୁ ,ବରିଷ୍ଠ ସଦସ୍ୟ ଡ଼ଃ.ମେଜର ରାମଚନ୍ଦ୍ର ମିଶ୍ର ,ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ। ଏହି ଉତ୍ସଵରେ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା , ବରିଷ୍ଠ ସଦସ୍ୟ ଜଗବନ୍ଧୁ ବାରିକ , ନିମାଇଁ ଚରଣ ତାଣ୍ଡି , ଶୁଶାନ୍ତ ତାଣ୍ଡି , ଅକ୍ଷୟ ନନ୍ଦ, ଅମରେଶ ପଟ୍ଟନାୟକ , ସତିଶ ପଟ୍ଟନାୟକ ,ଶାନ୍ତନୁ ପଣ୍ଡା , ପ୍ରବୀଣ  ପଟ୍ଟନାୟକ , ନୟନ ବିଭାର ,ଗୋବିନ୍ଦ ପଣ୍ଡା , ପିୟୁସ ପଣ୍ଡା , ବିଭୂତି ଭୂଷଣ ବିଶି ,ରାଜ କପୁର ବାରିକ ,ସତପାଳ ସିଂ ଛାବଡା  ସହ ବହୁ ସଦସ୍ୟ ସବୁ ଯୋଗ ଦେଇଥିଲେ । ଜାନୁଆରୀ ମାସ ପନ୍ଦର ଠାରୁ ଉଣେଇସି ପାଚଦିନ ଧରି ଏହି ମହୋତ୍ସବ ପାଳନ କରାଯିବ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜାତୀୟ ରାଜପଥ ଉପରେ ଦିନ ଦ୍ଵିପ୍ରହରେ ଟଙ୍କା ଲୁଟ୍

Sunil Chandra Nayak

ପୂର୍ବତନ ସ୍ବାଧୀନ ବିଧାୟକ କପିଲ ନାରାୟଣ ତିୱାରୀ ଙ୍କ ଆଜି ୯୩ ବର୍ଷରେ ପରଲୋକ

Sunil Chandra Nayak

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

Sunil Chandra Nayak

Leave a Comment

error: Content is protected !!