ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଅନାହୂତ ଅଭିଳାଷ 

 ଅନାହୂତ ଅଭିଳାଷ 

        ବେଣୁଧର ସୂତାର

ବର୍ଷା ଭିଜା ଏଇ ଗୋଧୂଳି ଲଗନେ
ଖୋଜୁଛି ତୁମକୁ ବନ୍ଧୁ
ତନୁ ତନିମାରେ ଲହଡ଼ି ମାରୁଛି
ଝରା ଅସ୍ତରାଗ ବିନ୍ଦୁ ।।
ମଧୁଛନ୍ଦମୟୀ କୁମୁଦବତୀ ମୁଁ
ତୁମେ ମୋ ସପନ ଇନ୍ଦୁ
ମୁଁ ନଶ୍ବର ଦେହୀ ତୁମେ ଚିରନ୍ତନ
ନୀଳାମ୍ବର ବିମଳେନ୍ଦୁ ।।
ତୁମେ ମୋ ମନର ସ୍ବପ୍ନ କୁମାର ମୁଁ
ଅନୁରଗୀ ପ୍ରଣୟିନୀ
ପ୍ରୀତି ଜୋଛନାର ପ୍ରଣୟ ସୁଧାର
ମୁଁ ଯେ ଚିର ଚାତକିନୀ ।।
ସ୍ବପ୍ନସୁଧା ଝରା ଜୋଛନା ମଦିରା
ନୀଳ ଆକାଶର ତଳେ
ମୋତନୁତଟିନୀ ପ୍ରୀତିରୋମାଞ୍ଚରେ
ଉଦ୍ଦାମ ଲହରୀ ତୋଳେ ।।
ତୁମେକି ବୁଝନା ପିଆସୀ ପ୍ରାଣର
ଗହନ ଗୋପନ ଭାଷା
ମୁଁ ଯେ ନବନୀତା ପ୍ରୀତି ନିବେଦିତା
ପ୍ରତୀକ୍ଷିତ ମନ ଆଶା ।।
ବଢ଼ି ବଢ଼ି ଯାଏ ଛାତିର ଉଷ୍ମତା
ତନୁରେ ମଦନ ଭାର
ତନୁଶ୍ରୀ ଅଙ୍ଗରେ ରଚିଯାଅ ଥରେ
ପ୍ରୀତିମୟ ଅଭିସାର ।।
ତୁମେନୀଳନଭ ସୌମ୍ୟମୟ ସତ୍ତା
ମୁଁ ମାଟିର ମଦାଳସା
ମୋ ଟିକି ହୃଦର ଅସୁମାରୀ ସ୍ବପ୍ନ
ଶାଶ୍ବତ ପ୍ରେମର ଆଶା ।।
ପ୍ରୀତି ଆକାଶର ଚନ୍ଦ୍ରମା ତୁମେଗୋ
ଜୋଛନା ଝରାଇ ଆସ
ଚାରୁ ଚାନ୍ଦିନୀର ଭିଜା ନିଶୀଥରେ
ପୂର୍ଣ୍ଣ ହେଉ ଅଭିଳାଷ ।।

କେଶଦୁରାପାଳ କେନ୍ଦୁଝର

Related posts

ନିରୁପମା ପାଣି ଙ୍କ ଗଳ୍ପ ସ୍ୱପ୍ନରେ ଗଛ ସହ କିଛି ସମୟ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା/  “ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ” 

Sunil Chandra Nayak

ପାୟେଲ ବେହେରା ହେଲେ ଫୁଲବାଣୀ ପୋୖର ଉପଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!