ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା “ଗୋବିନ୍ଦ “

     “ଗୋବିନ୍ଦ “

                     ଶ୍ଯାମା ପ୍ରସାଦ୍ ବୋଷ୍ 

ଗୋବିନ୍ଦ ଗୋବିନ୍ଦ ପଦୁ ମକରନ୍ଦ 
ସତେ କିବା ମଧୁ ଝରେ
ସେହି ମକରନ୍ଦ ପାନରେ ଆନନ୍ଦ 
ସୁଧା ରସ ସମ ଭରେ । 
ଗୋବିନ୍ଦ ନାମରେ ଏ ମାୟା ସଂସାରେ 
ପାପ ତାପ ପାରି କରେ 
ଗୋବିନ୍ଦ ନାମରେ ଭାବ ବିଶ୍ବାସରେ  
ଦୁଃଖ ଶୋକ ସବୁ ହରେ । 
ଗୋବିନ୍ଦ ର ମାୟା ସଂସାର ଟା ବାୟା 
ଗୋବିନ୍ଦ ଗୋବିନ୍ଦ ଭଜେ 
ଗୋବିନ୍ଦ ଭାବରେ ଭାବ ଭକତିରେ 
ଗୋବିନ୍ଦ ନାମ ରେ ହଜେ । 
ଗୋବିନ୍ଦ ର ଛନ୍ଦା ଚରଣରେ ବନ୍ଧା 
ଭକ୍ତ ପ୍ରାଣ ସଦା ମଜ୍ଜେ 
ଗୋବିନ୍ଦ ର ଫନ୍ଦା ଭୁଲି କାମ ଧନ୍ଦା 
ଗୋବିନ୍ଦ ପ୍ରେମରେ ହଜେ । 
ଗୋବିନ୍ଦ ର ନାମ ଗୁଣ କୀର୍ତ୍ତନ ରେ 
କି ମାୟା ଭରିଛି ସତେ 
ସେ ମାୟା ରେ ପଡି ଭକତିରେ ଗଡି 
ଗୋବିନ୍ଦ କୁ ଡାକେ କେତେ । 
ଗୋବିନ୍ଦ ର ନାମ ସୁଧା ରସ ସମ 
ପାନ କରେ ଯିଏ ଜାଣେ 
ଗୋବିନ୍ଦ ଗୋବିନ୍ଦ ପଦୁ ମକରନ୍ଦ 
ଗୋବିନ୍ଦ ନିକଟେ ଟାଣେ । 
ଗୋବିନ୍ଦ ଭଜିଲେ ତା ନାମେ ହଜିଲେ
ଭାବ ଭକତିରେ ରହି 
ଗୋବିନ୍ଦ ନିଶ୍ଚୟ ହୋଇବେ ସଦୟ 
ଆପଣାର ଭାବ ବହି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ମୃତ୍ୟୁ ପ୍ରମାଣ ପତ୍ର କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଥୁଆମୂଳ ରାମପୁର ସିଏଚସି ର ଜୁନିୟର ଆସିଷ୍ଟାଣ୍ଟ ଏମ ଦିବ୍ଯଜ୍ଯୋତି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଜୟ ଜଗନ୍ନାଥ ଜୟ

Sunil Chandra Nayak

ଭବାନୀପାଟଣା ଠାରେ ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!