ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଣବସା ଶେଷ ଗୁରୁବାର ସହ ଶେଷ ହେଲା କୋକସରା ଲକ୍ଷ୍ମୀପୂଜା

କୋକସରା,୧୦/୧୨- ମାଣବସା ଶେଷ ଗୁରୁବାର ସହ ଶେଷ ହୋଇଛି ମା ଧନ ଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା । କୋକସରା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମହା ଆଡମ୍ବରରେ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ମାଙ୍କୁ ବିସର୍ଜନ କରାଯାଇଛି। ପୂଜାକର୍ତା ଭାବେ ଲକ୍ଷ୍ମୀ ନାରାୟଣ ପ୍ରଧାନୀ ଓ ପ୍ରତିମା ପ୍ରଧାନୀ ସପତ୍ନୀକ ପୂଜାକାର୍ଯ୍ୟ ତୁଲାଇଥିଲେ। ମୂଖ୍ୟ ପୂଜକ ଭାବେ ଶ୍ରୀପତି ଠାକୁର, ପୁରାଣ ପଣ୍ଡା ଭାବେ ବଦ୍ରୀନାରାୟଣ ପଣ୍ଡା, ସ୍ୱସ୍ତି ବାଚକ ରଙ୍ଗାଧର ଠାକୁର ରହିଥିବା ବେଳେ କମିଟି ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ଭଜନ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜା କମିଟିର ସଭାପତି ତ୍ରିଭୁବନ ପ୍ରଧାନୀ, ଉପ ସଭାପତି ଲଳିତ ଶବର, ସମ୍ପାଦକ ଆକାଶ ପ୍ରଧାନୀ ସହ ସମ୍ପାଦକ ତୁଷାର ରଞ୍ଜନ ରାଉତ, କୋଷଧ୍ୟକ୍ଷ୍ ମୋକ୍ଷରାମ ପ୍ରଧାନୀ, ରମେଶ ଶବର, ତୋଷନ ପ୍ରଧାନୀ, ସୁବୋଧ ପ୍ରଧାନୀ, ନାରାୟଣ ପ୍ରଧାନୀ, ଯଜ୍ଞଦତ୍ତ ପ୍ରଧାନୀ, ସୁଶାନ୍ତ ପ୍ରଧାନୀ ସେବକ ଘନଶ୍ୟାମ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଡମୋଳ ରେ ଆତଙ୍କର ଅନ୍ୟନାମ କିଡ଼ନୀ ରୋଗ  

Sunil Chandra Nayak

ରିଂ ରୋଡ ବିଏସଏନଏଲ ଛକ- ଡିଏଭି ପଲଟେକନିକ ଛକ ସଂଯୋଗ କେବେ ?

Sunil Chandra Nayak

Leave a Comment

error: Content is protected !!