ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବୟସ ଯାଇଛି ହଜି

 ବୟସ ଯାଇଛି ହଜି

        ବେଣୁଧର ସୂତାର

ଗୋଧୂଳି ପଖଳା ଉଛୁଳା ସୁଷମା
ମନୋରମ ଦୃଶ୍ୟ ରାଜି
ଫୁଲରେ ଫୁଲରେ ମହକ ମାଧୁରୀ
ଆଭା ଦିଶୁନାହିଁ ଆଜି
ଜ୍ୟୋତ୍ସ୍ନରଜନୀରେ ରଜନୀଗନ୍ଧାଟି
ହସୁନାହିଁ ପ୍ରେମେ ମଜ୍ଜି
           ବୟସ ଯାଇଛି ହଜି ।।
ନୀଳସରସୀରେ ନୀଳୋତ୍ପଳ ଆଉ
ଲୋଡୁନି ଅରୁଣ ପ୍ରୀତି
ଚାରୁଚାନ୍ଦିନୀରେ କୁମୁଦ ହସୁନି
ନିଶିଥ ସ୍ବପ୍ନରେ ମାତି
ହସୁନାହିଁ ମନ କୁସୁମ ବାଟିକା
ଗୋଧୂଳି ରଙ୍ଗରେ ଭିଜି  
           ବୟସ ଯାଇଛି ହଜି ।।
ସହକାର କୁଞ୍ଜେ ଗାଉନି କୋକିଳ
ମିଠା ଫଗୁଣର ଗୀତି
ହଜିତ ଗଲାଣି ପ୍ରୀତିର ସନନ୍ଦୁ
ବୟସର ପ୍ରତିଶ୍ରୃତି
ମରିଛି ମନର ନୀଳ ମାଦକତା
ବସନ୍ତ ପାଉନି ଖୋଜି
             ବୟସ ଯାଇଛି ହଜି ।।
ଗୁନ୍ଥାହୋଇଅଛି କେତେଯେସ୍ବାକ୍ଷର
ଅତୀତର ଅନ୍ତରାଳେ
କେତେମିଠାମୋହ ସମାଧିନେଇଛି
ଏମାଟି କବର ତଳେ
ମଉଳି ଗଲାଣି ବୟସର ଫୁଲ
ସମୟେ ଅଲୋଡା ଆଜି
           ବୟସ ଯାଇଛି ହଜି ।।
ମୋହମାୟା ପୂର୍ଣ୍ଣ ତୁଛା ଏ ସପନ
ଜଳୁଛି ହୃଦୟ ବନ
ସମୟ ଚକ୍ରରେ ସାଜିଛି ଜୀବନ
ଉଆଁସର ମଲାଜହ୍ନ
ସଂସାର ହାଟର ପିଛିଳ ପଥରେ
ହାରିଛି ଜୀବନ ବାଜି
          ବୟସ ଯାଇଛି ହଜି ।।

କେଶଦୁରାପାଳ

କେନ୍ଦୁଝର

Related posts

ବିଜୟ କୁମାର ଜେନା ଙ୍କ କବିତା ଅଧା ଗଢା ଦିଅଁ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ବାର୍ଦ୍ଧକ୍ୟଭତ୍ତା

Sunil Chandra Nayak

ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶା

Leave a Comment

error: Content is protected !!