ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ କବିତା ଫମ୍ପା ପୀୟୂଷ

ଫମ୍ପା ପୀୟୂଷ

             ସନ୍ତୋଷ କୁମାର ସାହୁ

ବଞ୍ଚିବାଟା ନୁହେଁ ଏତେ ସହଜ
ଏଠି ନିତି ଉଠେ ବାଲିଘର
ଭଙ୍ଗା ଗଢା ଜୀବନଟା ଦହଗଞ୍ଜ।
ମନ ଡିଏଁ ବାରବାର
ସୀମା ସରହଦ
ଅଙ୍କା ବଙ୍କା ବୁଲାଣୀ ରାସ୍ତାରେ
କହୁଥାଏ ନିତି ଉର୍ଦ୍ଧ୍ବ ଶ୍ୱାସରେ
ହେ ମଣିଷ ,ମୃତ୍ୟୁକୁ ଆଲିଙ୍ଗନ
କର 
ବିନା ଦ୍ବିଧାରେ ।
ଅକୁହା ଯନ୍ତ୍ରଣାକୁ କିଏ ମାପି ପାରେ
କ୍ଷତକୁ କ୍ଷତାକ୍ତ କରିବାରେ
ଆନନ୍ଦ ନେଇପାରେ
ଜାଣି ପାରେନା ନିର୍ବୋଧ
ସୌଦାଗର ବନିବାର ସ୍ଵପ୍ନ 
କରେ ପାଗଳ
ମୁଠା ମୁଠା ଟଙ୍କାରେ।
କାହାପାଇଁ ଲୁହ, ଏଠି ମହଙ୍ଗା
ଦେହର ମଳି ଦେବାରେ କାର୍ପଣ୍ୟ
ଯନ୍ତ୍ରଣାରେ ମଲମ ଢାଲିବ କିଏ
ଚାଲ ଚାଲ ଆଗକୁ
ବୟସ ଗଡିଚାଲୁ
କେବେ ପୂର୍ଣ୍ଣ ହେବ
ଷଠି ବୁଢ଼ୀର ଦେବା ଆୟୁଷ
ସଂସାରଟା ଲାଗିଲାଣି ବିଷ
ମହତ ସରିବ
ପେଟ ପୁରିବା କଥା ମିଛ ରହସ୍ୟ
ଶୁଣି ଶୁଣି ହସିଦେବ
ଅଲାଜୁକ ଥୋବରାଙ୍କ
ଫମ୍ପା ପୀୟୂଷ।

ନବରଙ୍ଗପୁର

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରିମ୍ଝିମ୍ କମ୍ପାନୀରେ ନିଯୁକ୍ତି ଅଡୁଆ  _ ୬୪ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରତିଶ୍ରୁତି

Sunil Chandra Nayak

ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଡଃ ବି ଆର୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!