ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

ଗତ ୦୮ ଡିସେମ୍ବର ରୁ ୧୧ ଡିସେମ୍ବର ୨୦୨୨ପର୍ଯ୍ୟନ୍ତ ବାଲେଶ୍ଵର ଠାରେ ମାଷ୍ଟ୍ରରର୍ସ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତା ରେ ମହେଶ କୁକ୍ରେଜା ୪୫ରୁ ଉର୍ଦ୍ଧ୍ବ ଓ ୫୦ ରୁ ଉର୍ଦ୍ଧ୍ଵ ଯୁଗଳ ରେ ଚମ୍ପିୟାନ ,ଗୌରୀ ଶଙ୍କର ବିଶି ୫୫ ରୁ ଉର୍ଦ୍ଧ୍ବ ଯୁଗଳ ରେ ଚମ୍ପିୟାନ ଓ ସମୀର ସାହୁ ୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ରନର୍ସ ଅପ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରେ କଳାହାଣ୍ଡି ର ଭେଟେରାନ ଖେଳାଳୀ ଙ୍କ କୃତିତ୍ୱ ଜୁନିୟର ଖେଳାଳୀ ଙ୍କ ପାଇଁ ଉତ୍ସାହ ପ୍ରଦାନ କରିବ ବୋଲି ଜିଲ୍ଲା ସଂଘ ର ସଭାପତି ଶ୍ରୀ ପ୍ରଦୀପ ଦାସ ମତବ୍ୟକ୍ତ କରି ଥିଲେ।ବର୍ତମାନ ଆଗାମୀ ଦିନ ରେ କଳାହାଣ୍ଡି ରେ ଧର୍ମଗଡ଼ ,କେସିଙ୍ଗା,ନର୍ଲା ଓ ମଦନପୁର ରାମପୁର ଠାରେ ଇନଡୋର ନିର୍ମାଣ କାର୍ଯ୍ୟ ଚାଲୁଛି। ଭବାନୀପାଟଣା ଓ ଜୁନାଗଡ଼ ଠାରେ ରାଜ୍ୟ ସରକାର ଦ୍ୱାରା ଦୁଇଟି ଜାତୀୟ ସ୍ତର ର ଇନଡୋର ର ବ୍ୟବସ୍ଥା ହୋଇଛି।ଆଗାମୀ ଦିନ ମାନଙ୍କ ରେ ଜିଲ୍ଲା ରୁ ଅଧିକ ରୁ ଅଧିକ ଖେଳାଳୀ କିଭଳି ଭଲ ଖେଳ ପ୍ରଦର୍ଶନ କରିବେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂଘ ମିଳିତ ଭାବେ ଚେଷ୍ଟା କରିବ ବୋଲି ସଂଘ ର କର୍ମକର୍ତ୍ତା ମତ ବ୍ୟକ୍ତ କରିଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ଚାକିରୀ କରାଇ ଦେବା ନାଁରେ ଠକେଇ

Sunil Chandra Nayak

ଜାତୀୟସ୍ତରର କୁଇଜ୍‌ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ ସଫଳତା

Sunil Chandra Nayak

ଡମୋଳ ରେ ଆତଙ୍କର ଅନ୍ୟନାମ କିଡ଼ନୀ ରୋଗ  

Sunil Chandra Nayak

Leave a Comment

error: Content is protected !!