ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଳକ ସ୍ତରୀୟ ବିଜ୍ଞlନ ମେଳା : ୯୩ ଟି ପ୍ରକଳ୍ପ ହେଲା ପ୍ରଦର୍ଶିତ :୬ଟି ଜିଲ୍ଲା ସ୍ତର କୁ ଉନ୍ନୀତ 

ତେନ୍ତୁଳିଖୁଣ୍ଟି ୧୩/୧୨/୨୨/ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲକଡ଼ି ପାଲ୍ଲା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି l ଛାତ୍ର ଛାତ୍ରୀ ମାନଙ୍କର ଲୁକ୍କାୟିତ ଜ୍ଞାନ ର ବିକାଶପାଇଁ ମଞ୍ଚ ଯୋଗାଇବା ଲକ୍ଷ୍ୟ ରେ ବିଜ୍ଞାନ ମେଳା ଆୟୋଜିତ କରାଯାଇଥାଏ । ଏଥିରେ ୬୭ ଗୋଟି ବିଦ୍ୟାଳୟ ରୁ ୯୩ ଟି ବିଭିନ୍ନ ବିଷୟରେ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ  ଉଦଘାଟନ ବି ଇ ଓ ସମରେନ୍ଦ୍ର ଭୌମିକ କରିଥିଲେ। କୋଷଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପବିତ୍ର ହାଲଦାର , ନଳିନୀ କାନ୍ତ ପାତ୍ର ପ୍ରକଳ୍ପ ଗୁଡିକୁ ଦେଖି ପର୍ଯ୍ୟାଲୋଚନା କରି 6 ଟି ପ୍ରକଳ୍ପ ଜିଲ୍ଲା ଚୟନ କରିଥିଲେ। ଝରିଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟ ର ଶୁଭମ କୁମାର ବିଶୋଇ ଙ୍କ ବାଇ ଫାଇ ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିକ ପ୍ରକଳ୍ପ ,,ନୋଡାଲ ଉଚ୍ଚବିଦ୍ୟାଳୟ ବିରିଗୁଡା ର ପ୍ରତ୍ୟୁଷ ହିଆଲ ଙ୍କ ସୁସ୍ଥତା ର ଚାବି କାଠି ଆମ ରୋଷେଇଘର ସ୍ୱାସ୍ଥ୍ୟ ଓ ସ୍ଵଛତା ଭିତ୍ତିକ ପ୍ରକଳ୍ପ ,ପୂଜାରିଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବୈକୁଣ୍ଠ ନାଥ ଭାବେ ଙ୍କ ଦୂର୍ଘଟଣା ମୁକ୍ତ ପରିବହନ ଓ ଯୋଗାଯୋଗ ଭିତ୍ତିକ ପ୍ରକଳ୍ପ ,ତେନ୍ତୁଳିଖୁଣ୍ଟି ସରକାରୀ ବାପୁଜି ଉଚ୍ଚ ବିଦ୍ୟାଳୟ ର ଶ୍ରୀକାନ୍ତ ପଟନାୟକ ଙ୍କ ଭୂକମ୍ପ ଆଲାର୍ମ ଉଦ୍ଭାବନ ଭିତ୍ତିକ ପ୍ରକଳ୍ପ ,, ଓଡିଶା ଆଦର୍ଶ ବିଦ୍ୟାଳୟ ର ଶୁଭସ୍ମିତା ସାହୁ ଙ୍କ ସମନ୍ବିତ କୃଷି ପ୍ରରିବେଶ ଭିତ୍ତିକ ପ୍ରକଳ୍ପ ଓ ଅଞ୍ଚଳଗୁମ୍ମା ଉଚ୍ଚ ବିଦ୍ୟାଳୟର ରାହୁଲ ଚନ୍ଦ୍ର ବିଶୋଇ ଙ୍କ ଐତିହାସିକ ଉଦ୍ଭାବନ ଭିତ୍ତିକ ପ୍ରକଳ୍ପ କୃଷିକ୍ଷେତ୍ରରେ ସିଞ୍ଚନ ଯନ୍ତ୍ର ଜିଲ୍ଲା ସ୍ତର କୁ ଉନ୍ନୀତ ହୋଇଛନ୍ତି। ତେନ୍ତୁଳିଖୁଣ୍ଟି ବିଇଓ ଭୌମିକ ଙ୍କ ସଭାପତିତ୍ୱ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନୀ ମୂଖ୍ୟ ବକ୍ତା ଭାବେ ବ୍ଲକ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ ବିଜ୍ଞାନ ମେଳା ଆୟୋଜନ ର ଉଦ୍ଦେଶ୍ୟ ସ୍ପଷ୍ଟ କରିବା ସହ ଛାତ୍ରଛାତ୍ରୀ ଙ୍କ ଅନୁସନ୍ଧିସ୍ତୁ ତଥା ଜ୍ଞାନ ଆହରଣ ର ପିପାସା କୁ ଏକ ରୂପ ଦେଇ ପ୍ରଦର୍ଶନ କରିବାର ଏକ ପ୍ରୟାସ। ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ,ଜିଲ୍ଲା ପରିଷଦ ସଭ୍ୟ କ୍ରିଷ୍ଣା ମଞ୍ଜରୀ ବିଶୋଇ ଯୋଗ ଦେଇ କୃତୀ ପ୍ରଦର୍ଶନ କାରୀଙ୍କୁ ପୁରସ୍କୃତ କରି ଥିଲେ l ଏବି ଇ ଓ ମୋହନ ମଧୁସୂଦନ ବାଘ ,ରମେଶ ଟାକ୍ରୀ ,କ୍ଷେତ୍ରମୋହନ ବିଶୋଇ ପ୍ରମୂଖ ମଞ୍ଚା ଶିନ ଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଅବିନାଶ ସାହୁ ଙ୍କ ଆବହକତ୍ୱ ଆୟୋଜିତ ବିଜ୍ଞାନ ମେଳା ର ପରିଚାଳନା ରେ ବିଦ୍ୟାଳୟ ର ଶିକ୍ଷକ ସହଯୋଗ କରି ଥିବା ବେଳେ ସି ଆର ସି ସି ସର୍ବେଶ୍ୱର ପତି, ଡମ୍ବରୁ ହରିଜନ ପ୍ରମୁଖ 12 ଜଣ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ 

Sunil Chandra Nayak

ପର୍ଯ୍ୟଟକ ମାନଙ୍କ ପାଇଁ ବହୁବିଧ ବ୍ୟବସ୍ଥାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!