ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ଅଞ୍ଚଳରେ ମାଓ ବେନର

ରାଇଘର – ନବରଙ୍ଗପୁର ଜିଲା ରାଇଘର ବ୍ଲକ ରେ କିଛି ଦିନ ର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର ଓ ବ୍ୟାନର।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ମାଓ ବ୍ୟାନର ଓ ପୋଷ୍ଟର‌ ମରା ଯାଇଥିବା ଦେଖିବାକୁ ମିଳିଛି ।ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ବେଳେ, ବର୍ତ୍ତମାନ ଜଙ୍ଗଲ କାଟି ସଫା କରୁଥିବା ଜଙ୍ଗଲ ମାଫିଆଙ୍କୁ ଟାର୍ଗେଟ କରି ୪୦ନମ୍ବର ରାଜ୍ୟ ରାଜପଥ ର ଅଳ୍ପ ଦୂର ଯୋଡ଼ିଙ୍ଗା କନ୍ୟା ଆଶ୍ରମ ଛକ, ନିକଟରେ ଲିପ୍ଲେଟ,ବ୍ୟାନର ମାରିଥିବା ବେଳେ , କୁସୁମପୁର ହାଟ ପଦା ନିକଟରେ ମାଓ ବ୍ୟାନର ଓ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଛି l ଏହି ସବୁ ପୋଷ୍ଟର ଓ ବ୍ୟାନର ଭା. କ. ପା(ମାଓବାଦୀ) ସିତାନନ୍ଦି ଏରିଆ କମିଟି ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ କରାଯାଇଛି। ଜଙ୍ଗଲକୁ କାଟି ନଷ୍ଟ କରୁଥିବାକୁ ବିରୋଧ କରିବା ସହ ପ୍ରଶାସନକୁ ଗୁପ୍ତ ସୂଚନା ଦେବା ଓ ପୁରସ୍କାର ପାଇବା ନିତି ନିୟମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି l ଛତିଶଗଡ ଗରିଆବନ୍ଦ ଜିଲ୍ଲାର ଧମତାରୀ , କୋଣ୍ଡାଙ୍ଗା ଜିଲ୍ଲାର କେତେକ ମାଓ ଅଞ୍ଚଳ ର ଗାଁ ଗୁଡିକ ସହ କେତେକ ଲୋକଙ୍କର ନାମକୁ ଟାର୍ଗେଟ ରଖି ଜଙ୍ଗଲ କାଟିବା ବନ୍ଦ ସହିତ ଜଙ୍ଗଲ ଜମିକୁ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି l ରାଇଘର ପୋଲିସ ବେନର ଓ ପୋଷ୍ଟର କୁ ଜବତ କରିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗରିବ କିଡନୀ ରୋଗୀ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବି

Sunil Chandra Nayak

ବିଦୁଲତା ବେହେରା ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

କମ୍ରେଡ୍ ସାଥୀ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ ସଭା

Leave a Comment

error: Content is protected !!