ନର୍ଲା /ମସିହା (୧୬/୧୨) ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡିଶା ଯୋଜନା ଅନୁଯାୟୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରୁପ୍ରାରୋଡ ଠାରେ ୨୫ତମ ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇଛି। ଉଦ୍ଘାଟନ ଉତ୍ସବ ରେ ରୁପ୍ରାରୋଡ ଗ୍ରାମ ପଞ୍ଚୟତ ର ସରପଞ୍ଚ ଶ୍ରୀ ହେମନ୍ତ କୁମାର ଭୋଇ, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। କେସିଙ୍ଗା ସଙ୍କୁଳ ର ସଙ୍କୁଳ ପ୍ରମୁଖ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଥିଲେ। ଅନୁଷ୍ଠାନ ର ସଭାପତି ଶ୍ରୀ ଘନଶ୍ୟାମ ଭୋଇ,ସମ୍ପାଦକ ଶ୍ରୀ ସଂଜୀବ କୁମାର ଦାସ ଉପସ୍ଥିତ ରହିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ହେମନ୍ତ କୁମାର ଭୋଇ ଅତିଥୀ ଙ୍କ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ଶ୍ରୀ ପବିତ୍ର ମୋହନ ଛୁରିଆ କ୍ରୀଡା ପରିଚାଳନା କରିଥିବା ବେଳେ, ସୁଶ୍ରୀ ରୋଜି ତାଣ୍ଡି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା କ୍ରୀଡା ଉତ୍ସବକୁ ସହଯୋଗ କରିଥିଲେ ।
ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ