Uncategorizedଚିତ୍ତ ରଂଜନ ନନ୍ଦ ଙ୍କ କବିତା ବୁଭୁକ୍ଷୁର ଅନ୍ତଃସ୍ଵର by Sunil Chandra NayakDecember 16, 2022December 17, 2022086 Share0 ବୁଭୁକ୍ଷୁର ଅନ୍ତଃସ୍ଵର ବଂଚିବାର ଅଧିକାର ଅଟଇ ପ୍ରକୃତିର ଦତ୍ତ, ବଂଚିବାର ଅଧିକାର ତ ମାନବିକତାଗତ |୧| ବଂଚିବାର ଅଧିକାର ହୋଇଛି ସମ୍ବିଧାନ ଦତ୍ତ, ଲଢ଼ିବାକୁ ହେବ ଆମକୁ ବଂଚିବାର ପାଇଁ ତ |୨| ଲଢେଇ ଲଢେଇ ଲଢେଇ ବଂଚିବାର ପାଇଁ, ହେ ଶାସକ, ମଣିଷ ଜୀବନକୁ ହତ୍ୟା କର ନାହିଁ |୩| ବାର ମାସେ ତେର ପର୍ବ, ସରବ ବଂଚିବାର ପାଇଁ, ଅନନ୍ୟ ସଂସ୍କୃତି ପର୍ବ ପରମ୍ପରା ସବୁ ସେଥିପାଇଁ |୪| ନବାନ୍ନ ଫସଲ ଅମଳ ଆମେ ପରା କରୁଥାଇ, ପେଟ ପାଇଁ ଏକତ୍ରିତ ପାଳୁଅଛେ ଆମେ ଭାଇ |୫| ସବୁରି ମୂଳରେ ରହିଥାଏ ମୂଖ୍ୟ କର୍ମ କର୍ତ୍ତଵ୍ୟ, ଏକତାର ମନ୍ତ୍ର ଧ୍ୱନି ବିନା ତାହା ସବୁ ଅସମ୍ଭବ |୬| ଯଦି ନଶୁଭିବ ତୁମକୁ ହା ଅନ୍ନ ହା ଅନ୍ନ ଚିତ୍କାର, ନଶୁଭିବ ମଣଷର ବୁଭୁକ୍ଷୁର ଅନ୍ତଃସ୍ଵର |୭| ମୁଠାଏ ତଣ୍ଡୁଳ ପାଇଁ ସକ୍ଷମ ନାହିଁ ମଣିଷର, ପେଜ ପାଣି ଭରିବାକୁ ନଥାଏ ସମ୍ବଳ ତାର |୮| ସ୍ୱାଧୀନତା ପାଇଲେଣି, 75 ବରଷ ବିତି ଗଲାଣି, ଗରିବୀ ଦୂର ହେବ, ବିତୁଛି ପ୍ରତିଶ୍ରୁତି ଶୁଣି ଶୁଣି |୯| ଯେ ପର୍ଯ୍ୟନ୍ତ ଧନୀ ଗରିବ ର ଭେଦଭାବ ଥିବ, ବୁଭୁକ୍ଷୁର ଅନ୍ତଃସ୍ଵର କଥା ମଣିଷ ନଶୁଣିବ |୧୦| ପେଟ ଭୋକେ କେତେ ଦିନ ଜଳାଇ ମାରିବ, ଚତୁର୍ଦ୍ଦିଗେ ଭୋକ ଦୂର ପାଇଁ ଫୁତ୍କାର ଶୁଭିବ |୧୧| ସମାଜେ ବଂଚିବାଟା ହୋଇଲେ ତୀବ୍ର କଷ୍ଟକର, ଅଧିକାର ପାଇଁ ଖୋଜି ନେବେ ପଥ ଲଢେଇର |୧୨| ସଂସ୍କୃତି ନାମ ଧରି କହୁ ଥାଅ ବଡ ବଡ କଥା ବିପ୍ଳବ ବିନା ଭୋକ ଦାଉରୁ ନାହିଁ ଅନ୍ୟ ପନ୍ଥା |୧୩| ଚିତ୍ତ ରଂଜନ ନନ୍ଦ ଜଗତପୁର, କଟକ ଓଡିଶା, ଭାରତ