ଜଣାଣ
ମାନଗୋବିନ୍ଦ ସ୍ବାଇଁ
ମୋ ପାଇଁ ଠାକୁର ଦିବସ ରଜନୀ
ପୁଣ୍ୟ ମନ୍ଦିର ଦର୍ଶନ
ସବୁ କାମ ଶୁଭ ହେଉଛି ଆରମ୍ଭ
ଦେଖା ଦେ ପଥ ସୁଗମ।
ଜୀବନ ପବନ କରୁଛି ଗମନ
ଭାଷାରେ ମଧୁର ଚୁମ୍ବନ
ସନ୍ତୋଷ କରୁଛି ଆନନ୍ଦ ଦେଉଛି
ଦିବ୍ୟ ଜନ ଭଗବାନ।
ଠାକୁର ଅଛନ୍ତି ମୋର ସବୁଠାରେ
ଭକ୍ତିରେ ମିଳନ୍ତି ଆସି
ତାଙ୍କ ଠାରୁ ଆଶା ଯାହା ମୁଁ ପାଇଛି
କହିଲେ ହୃଦ ମୋ ଖୁସି।
ଭାଗ୍ୟ ଥିଲେ ପ୍ରଭୁ ଦିଅନ୍ତୁ ଦର୍ଶନ
କହନ୍ତି ସଂସାର କଥା
ଦୁଃଖ ସୁଖ ମିଶି ସଂସାର ଭିତରେ
ଲିଭାଇ ଥାଆନ୍ତି ବ୍ୟାଥା।
ତପ ଜପ କରି ନିକଟେ ଯେ ହରି
ପାଇବା ହବ ସାଧନା
ଦିନ ରାତି ଭେଟ ଖୋଲା ଯେ କବାଟ
ମିଳିଲେ ତୁଟେ ଯନ୍ତ୍ରଣା।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା