Uncategorizedବିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ଦୀନବାନ୍ଧବ by Sunil Chandra NayakDecember 17, 2022058 Share1 ଦୀନବାନ୍ଧବ ନୀଳ ମାଧବ ହେ ଦୀନବାନ୍ଧବ ଶ୍ରୀକୃଷ୍ଣ କେଶବ ରାଧା ମାଧବ ହେ ନାଥ ନାରାୟଣ ବାସୁଦେବ ନୀଳମାଧବ . . . . . . . ତୁମେ ପରା ଦୀନଦୁଃଖି ସଖା ପୋଥି ପୁରାଣ ରେ ଲେଖା ଏ ଭବପଥେ ହେବ ଦେଖା ଦୁଃଖି ଦୁଃଖ କର ଲାଘବ ତୁମେ ତ ପରାଣ ମନ ତୁମେ ମୋ ପ୍ରଥମ ପ୍ରେମ ତୁମେ ହିଁ ଜୀବ ପରମ ଭବ ସାଗରେ ଭାବ ନୀଳମାଧବ . . . . . . . . ତୋ ନାମ ପଥେ ଚାଲିଛି ଏକା ଏକା ମୋ ହୃଦ ଫୁଲ ମାଗେ ତୋ କୃପା କରୁଣା ଭିକ୍ଷା ଉଣା ନୋହିବ ପ୍ରଭୁ ଶ୍ରୀ ତୁଳସୀ ଦେବ ଚନ୍ଦନ ଚନ୍ଦନ ମହୁକୁ ଥିବ ନୀଳମାଧଵ . . . . . . . . ଦୟଣା ପତରେ ମରୁଆ ଖଞ୍ଜିବ ଚୂଆ ଚନ୍ଦନ ରେ ଥାଳ ମୋ ଭରିବ କପୂର ସହିତେ ଝୁଣା ଧୂପ ରଖିବ ତୋ ମଙ୍ଗଳ ଆଳତୀ ଜୀବ ଦେଖିବ ଶ୍ରୀ ମୁଖ ଦୟା ବହି ମୋତେ ଦର୍ଶନ ଦେବ ନୀଳମାଧବ . . . . . . . . . ଜୟ ଜଗନ୍ନାଥ …. ବିଦ୍ୟୁତ୍ ପ୍ରଭା ନାୟକ କୁଆଖିଆ, ଯାଜପୁର