Uncategorizedବନଲକ୍ଷ୍ମୀ ମହାନ୍ତି ଙ୍କ କବିତା l l l ସନ୍ଧ୍ୟା l l l by Sunil Chandra NayakDecember 16, 2022December 17, 2022086 Share0 l l l ସନ୍ଧ୍ୟା l l l ପଶ୍ଚିମ ଆକାଶେ ସୂର୍ଯ୍ୟ ଅସ୍ତ ଯାନ୍ତି ଆକାଶ ଲୋହିତ ବର୍ଣ୍ଣ ଗୋଧୂଳି ଲଗନେ ସଞ୍ଜ ନଇଁଆସେ ଦିନ ହୁଏ ଅବସାନ।। ଗାଈ ଗୋଠ ଧରି ଗାଈଆଳ ପିଲା ଘରକୁ ବାହୁଡି ଆସେ ଆକାଶରେ ଦଳ ଦଳ ହୋଇ ପକ୍ଷୀ ବାହୁଡନ୍ତି ନିଜ ବାସେ।। ସଞ୍ଜବତୀ ଜାଳି କୁଳ ଭୁଆସୁଣୀ ତୁଳସୀ ଚଉରା ପାଶେ ଭକତିରେ ଡାକି ମାଆ ବୃନ୍ଦାବତୀ ଗୃହର ଶୁଭ ମନାସେ।। ଘଣ୍ଟ ଘଣ୍ଟା ନାଦ ଗ୍ରାମ ଦେବତୀଙ୍କ ମନ୍ଦିରୁ ଭାସି ଆସଇ ଛାତ୍ର ଛାତ୍ରୀଙ୍କର ପ୍ରାର୍ଥନା ସ୍ବରରେ ପବିତ୍ରତା ଭରିଯାଇ।। ଭାଗବତ ଟୁଙ୍ଗୀ ଘରୁ ଭାସିଆସେ ଭାଗବତ ରସାମୃତ ବୃଦ୍ଧ ବୃଦ୍ଧା ମିଳି ପାନ କରୁଥାନ୍ତି ହରି କଥାର ଅମୃତ।। କ୍ରମେ ଅନ୍ଧକାର ମାଡି ଆସିଥାଏ ଆକାଶରେ ଜହ୍ନ ତାରା ଘରେ ଘରେ ଜଳି ବିଜୁଳି ବତୀ ଆଲୋକ ବିତରେ ପରା।। ଛାତ୍ର ଛାତ୍ରୀଗଣ ବିଦ୍ୟା ଅଧ୍ୟୟନେ ସର୍ବେ ରତ ହୋଇଥାନ୍ତି ଧୀରେ ଧୀରେ ସନ୍ଧ୍ୟା ବିଦାୟ ନିଅଇ ମାଗି ଆସିଥାଏ ରାତି।। ବନଲକ୍ଷ୍ମୀ ମହାନ୍ତି ନଡିଆବରାଇ , କେନ୍ଦ୍ରାପଡ଼ା ।।