l l କପଟ ପଶା l l
ଉପେନ୍ଦ୍ର କୁମାର ବସ୍ତିଆ
ପଦିଏ କଥାରେ ହଁ ମାରିଥିଲି
ଜନ୍ମଜନ୍ମାନ୍ତର ସାଥୀ ହେବିବୋଲି
ଟିକିଏ କଥାରେ ମନା କରିଦେଲି
ଭାଗ୍ୟତ ନୁହେଁ ତୁମେ ଭଗାରି ।
ମଣିଷ ଭୁଲିଛି ଵିବେକର ମୁଁହ
ଆଧୁନିକତାର ଦ୍ୱାହି ଦେଇ
ଉପରେ ଉପରେ ଦେବତ୍ୱ ଲକ୍ଷଣ
ଭିତରେ ଭିତରେ ଶିର କାଟଇ ।
ଛଳନାର ରଙ୍ଗ ଅଭିସାର ରଚି
କେତେଦିନ ଲୁଚେଇବ ନିଜକୁ
ତୁମ ବିନା କେହି ଦେଖିବିନି ସିନା
ଭୁଲି ଯାଉଛ କି ଅଦୃଶ୍ୟକୁ ? ।
ଅସହାୟ ବୋଲି ଭାବୁଛକି ମୋତେ
ସଫଳତା ସିଡି ପରେ ଚଢ଼ି
ତୁମକୁ ଦେଖି ହସେ ଯଦି କାଲି
ପାରିବକି ତୁମେ କ୍ରୋଧ ସମ୍ବାଳି ?
ରାଉରକେଲା