ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ପଞ୍ଚାୟତ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ଗୋପୀନାଥ ଶବର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ।ଏଥିରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ମେହେରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍କୁଲ ଶିକ୍ଷା କମିଟି ସଭାପତି ଶରତ ଚନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏହି କ୍ରୀଡା ପ୍ରତିଯୋଗିତା ୩ ଦିନ ଧରି ସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ।ଏହାକୁ ଖେଳ ଶିକ୍ଷକ ଶରତ କୁମାର ଠାକୁର ପରିଚାଳନା କରି ଥିବା ବେଳେ ବିଦ୍ୟଳୟର ଶିକ୍ଷକ ପ୍ରବୀଣ ପଣ୍ଡା ,ଚନ୍ଦ୍ର ହାସ୍ୟ ମେହେର ,ନଳିନୀ ରଞ୍ଜନ ପାଣିଗ୍ରାହୀ ,ସଂଜୀବ ପ୍ରଧାନ , ବଂଶୀ ନ।ଏକ ,ପ୍ରଦ୍ୟୁମ୍ନ ମେହେର ଏବଂ ହରି ନ।ଏକ ପ୍ରମୁଖ ସହଯୋଗ କରିଥିଲେ ।
previous post
next post