ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ବାଲେଶ୍ଵର,୧୯/୧୨/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ କୁପାରୀ ପରିସରରେ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲୋକ ବିହାରୀ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ଏବିଇଓ ଶ୍ରୀଧର ବେହେରା ଓ ଗୌରାଙ୍ଗ ମହାପାତ୍ର ଓ ହେମନ୍ତ କୁମାର ମିଶ୍ର । ପରେ ପରେ ମଞ୍ଚାସୀନ ହୋଇ ବାର୍ଷିକ କ୍ରୀଡ଼ା ଉତ୍ସବର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତତ୍ତ୍ୱାବଧାନରେ ପିଲାମାନେ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନାମ ପଞ୍ଚିକରଣ କରିଥିଲେ । ଏହି ଉତ୍ସବ ୨ଦିନ ଧରି ଚାଲିବ । ୯ମ ଓ ୧୦ ଶ୍ରେଣୀ ପିଲାଙ୍କୁ ସିନିୟର ଏବଂ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପିଲାମାନଙ୍କୁ ଜୁନିୟର ବିଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ଦିନରେ ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ଦୌଡ଼ ଉଭୟ ଗୃପର ପିଲା ମାନଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ ୬୦୦ମିଟର ଦୌଡ଼ କେବଳ ଜୁନିୟର ଗୃପର ପିଲା ମାନଙ୍କ ମଧ୍ୟରେ ହୋଇଥିଲା । ସେହିପରି ୮୦୦ମିଟର ଓ ୧୫୦୦ମିଟର ଦୌଡ଼ କେବଳ ସିନିୟର ପିଲା ମାନଙ୍କ ମଧ୍ୟରେ ହୋଇଥିଲା । ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଜିଭିଲିଙ୍ଗ୍ ଓ ଡିସକସ୍ ସମେତ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ହୋଇଥିଲା । ଏଥିରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରତିଯୋଗୀ ମାନଙ୍କୁ ମିଶାଇ ମୋଟ ୩୧୫ ଜଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ନାମ ପଞ୍ଚିକରଣ କରିଥିଲେ ।

     ସେହିପରି ଆସନ୍ତାକାଲି ଅର୍ଥାତ୍ ତା ୨୦/୧୨/୨୨ ରିଖ ଉଦଯାପନୀ ଦିବସରେ ଖୋଖୋ, କବାଡି ଓ ବ୍ଯାଡମିଣ୍ଟନ ସହିତ ପ୍ରଥମ ଦିନରେ ବାକି ରହି ଯାଇଥିବା ଖେଳ ଶେଷ ହେବ । ଖେଳ ଶେଷରେ ଉଦଯାପନୀ ସଭା ଅନୁଷ୍ଠିତ ହେବ । ମଞ୍ଚାସୀନ ଅତିଥି ମାନେ ପିଲା ମାନଙ୍କୁ କ୍ରୀଡ଼ାର ଉପକାରିତା ବିଷୟରେ ଉଦବୋଧନ ଦେବେ । ୨ଦିନ ଧରି ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପିଲା ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯିବ ବୋଲି ବିଦ୍ୟାଳୟ ତରଫରୁ ସୂଚନା ମିଳିଛି । ଏଥିରେ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଲେଶ୍ବର – ଉତ୍କଳମଣି ବରିଷ୍ଟ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋକସରା ଜେଏମଏଫସି କୋର୍ଟ ମାଜିଷ୍ଟ୍ରେଟଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଶ୍ରାବଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort