କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡାରେ ଯୁବ ସମାଜସେବୀ ତଥା ଯୁବ ସଂଗଠକ ଶ୍ରୀ ନୀଳମାଧବ ସିଂହଦେଓଙ୍କ ତତ୍ବାବଧାନରେ ତଥା କ୍ଲିନ୍ ରିଷିଡା ସେଭ୍ ରିଷିଡା ଯୁବାମଞ୍ଚ ସଂଗଠନ ଆନୁକୁଲ୍ୟରେ ରିଷିଡା ଗ୍ରାମ ପଞ୍ଚାୟତ ବାହ୍ମଣୀମୁଣ୍ତା ଗ୍ରାମ ରେ ଏବଂ ଆଖପାଖ ଅଞ୍ଚଳରେ ବୃଦ୍ଧ ବୃଦ୍ଧାଙ୍କୁ ଶତାଧିକ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା l ଏଥିରେ କ୍ଲିନ୍ ରିଷିଡା ସେଭ୍ ରିଷିଡା ଯୁବ ସଂଗଠନର ପଚାଶ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଆଗାମୀ ଦିନରେ ମଧ୍ୟ ଅନେକ ପ୍ରକାର ସାମାଜିକ ଓ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କ୍ଲିନ୍ ରିଷିଡା ସେଭ୍ ରିଷିଡା ଯୁବାମଞ୍ଚ ସଂଗଠନ ତରଫରୁ ସୁଚନା ଦିଆଯାଇଛି l
previous post