ଥୁଆମୂଳ ରାମପୁର:୨୦/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ଗ୍ରାମପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ଯୟନ ୬ଷ୍ଠ ଶ୍ରେଣୀର ଛାତ୍ର ଶ୍ରୀ ମନୋଜ କୁମାର ନାଏକ ବର୍ତ୍ତମାନ ରାଜ୍ଯ ସ୍ତରରେ ବିଜ୍ଞାନ Exhibition ପାଇଁ ଜିଲ୍ଲା ସ୍ତରରେ ମନୋନୀତ ହୋଇ କୃତିତ୍ବ ଲାଭ କରିଛନ୍ତି। କଳାହାଣ୍ଡି ରୁ ୭ ଜଣ ଛାତ୍ର ଛାତ୍ରୀ ମନୋନୀତ ହୋଇଥିବା ବେଳେ ସେ ୬ଷ୍ଠ ସ୍ଥାନରେ କୃତିତ୍ବ ଲାଭ କରି ବ୍ଳକରୁ ଓ ଜିଲ୍ଲାରୁ ସାର୍ଟିଫିକେଟ ସହ ଟ୍ରଫି ପାଇ ସ୍କୁଲ ଗ୍ରାମ ଓ ଗ୍ରାମପଞ୍ଚାୟତ ପାଇଁ ଗୌରବାନୀତ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଦ୍ଯାଳୟର ବିବେକ ଭୂଷଣ ଦାସ ଗାଇଡ୍ କରିବା ସହିତ ଶିକ୍ଷକ ଓ ଛାତ୍ର ଙ୍କୁ ଉତ୍ସାହିତ କରିଥିଲେ ସ୍କୁଲର ପ୍ରଧାନ ଶିକ୍ଷକ ସହିତ ଅନ୍ଯ ଶିକ୍ଷକ।
କର୍ଲାପାଟ ରୁ ରବିନାରାୟଣ ସିଂହ ଙ୍କ ରିପୋର୍ଟ