ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଶରୀର ଦୁର୍ବଳ ହେଉଛି ବିକଳ
ସ୍ବାସ୍ଥ୍ୟ ରକ୍ଷା ମୋ ପ୍ରଭୁ
ନିତି ପ୍ରତିଦିନ ଯୋଗର ଅଭ୍ୟାସ
ତୁମରି କଥାରେ ସବୁ।
ଯାହା ମୋତେ କୁହ ମୁଁ ତାହା କରଇଁ
ନିଶ୍ଚେ କରୁଛି ପାଳନ
ଆଜ୍ଞାରେ ଚାଲୁଛି ସବୁ କଥା ମାନି
ସଦା କାଳେ ଭଗବାନ ।
ଏତିକି କରୁଣା ସଦା ଆର୍ଶୀବାଦ
ମୋର ହୃଦୟରେ ରଖ
ଦୁଃଖ ର ଯନ୍ତ୍ରଣା ପାରି କରି ଦିଅ
ପ୍ରଦାନ ମୋ ସୁଖ ମୁଖ।
ଘନ ଅନ୍ଧକାର ରାତି ତ ପାହୁଛି
ପୂରୁବ ଦିଗ ଉଜ୍ଜ୍ୱଳ
କାକ ପିକ ପ୍ରାଣୀ ଚଳପ୍ରଚଳ ଯେ
ସକାଳ ପ୍ରଭୁ ମଙ୍ଗଳ।
ପ୍ରଭୁ ନାମ ଜପ ତୁଟି ଯିବ ପାପ
ଏକାନ୍ତ କରିବ ପାଠ
ଗୁରୁ ଭକ୍ତି ହବ ଗୈାରବ ପାଇବ
ଦିଶିବ ତୁମକୁ ବାଟ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା