ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅରଡା ଗ୍ରାମପଂଚାୟତ ଚନୁଟମାଲ ଗ୍ରାମର ତୁଳସା ଶବର ସମିତି ସଭ୍ୟ ରୂପେ ପ୍ରତୀନ୍ଦ୍ବନ୍ଦିତା କରୁଥିବା ବେଳେ ସ୍ବାମୀ, ଶାଶୁ ଏବଂ ଭଉଣୀ ରାଜ୍ୟ ବାହାରେ ଅଟକ। ବିଭିନ୍ନ ମହଲ ସହଯୋଗ ପରେ ତିନି ଜଣ ଘର ବାହୁଡା କରିଛନ୍ତି। ତେଲେଙ୍ଗାନା ପେଡପଲ୍ଲୀ ର ରଙ୍ଗାପୁର ଠାରେ ଦାଦନ ରୂପେ ଇଟା ଭାଟିରେ କାମ କରୁଥିଲେ। ଆଜି ତିନି ଜଣ ତାଙ୍କ ଘରକୁ ପହଞ୍ଚିଛନ୍ତି । ତୁଳସା ଶବର ଙ୍କ ମୃତ୍ୟ ପରେ ସ୍ବାମୀ ଭୋସିନ୍ଧୁ ଶବର କୁ ଇଟା ଭାଟି ମାଲିକ ଛାଡିଛନ୍ତି। ଜିଲ୍ଲାପ୍ରେସ କ୍ଲବ ପକ୍ଷରୁ ଟୁଇଟ କଲାପରେ ଆଜି ତୁଳସା ଙ୍କ ସ୍ବାମୀ, ଶାଶୁ ଏବଂ ତାଙ୍କ ଭଉଣୀକୁ ଇଟାଭାଟି ମାଲିକ ସ୍ଥାନୀୟ ପୋଲିସ ଛାଡିବା ବ୍ୟବସ୍ଥା କରିଛନ୍ତି। ଘର ବାହୁଡା ହୋଇଅଛି। କିନ୍ତୁ ଘରେ ନିଜ ସ୍ତ୍ରୀ ତୁଳସା ନଥିବା ବେଳେ ଦୁଇଗୋଟି ସନ୍ତାନ ନାବାଳକ ବେସାହାରା ହୋଇ ପଡିଛନ୍ତି। ସନ୍ତାନଙ୍କୁ ସରକାରୀ ସହାୟତା ପାଇଁ ଦାବୀ। କଣ୍ଟାବାଞ୍ଜି ଠାରେ ଶ୍ରମିକଙ୍କୁ କାଗଜରେ ଦସ୍ତଖତ ନେଇଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ