ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷ କାର୍ଯ୍ୟରେ ମଜିଗଲେ କାଉନସିଲର ଷେଣ୍ଢ ବାବୁ

କାମାକ୍ଷାନଗର (ମ ନି ସ) ଏମିତି କିଛି ଚିତ୍ର କହେ ଅନେକ କଥା ଆଉ ଭରିଦିଏ ସଭିଙ୍କ ମନରେ ଆନନ୍ଦ ଉତ୍ସାହ । କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ,୧୧ ନମ୍ବର ଓ୍ଵାର୍ଡ ନୁଆ ଆଳତୁମା ଗାଁ ର ଜଣେ ଲୋକପ୍ରିୟ ଜନପ୍ରତିନିଧି କାଉନସିଲର ପ୍ରମୋଦ ଷେଣ୍ଢ (ଗଜିଆ ବାବୁ) ଯିଏକି ଅଞ୍ଚଳର ଜଣେ ପ୍ରତିଷ୍ଠିତ ସୁନାମଧନ୍ୟ ବ୍ୟବସାୟୀ , ଏସବୁ ଭିତରେ ବି ସେ ଭୁଲି ନାହାଁନ୍ତି ତାଙ୍କର ମା ମାଟି ଏଵଂ ପିତୃପୁରୁଷଙ୍କ ସ୍ମୃତି ଅସ୍ମିତାକୁ ,ତାଙ୍କର ପୈତୃକ ୫ ଏକର ଜମିରେ ସେ କରୁଛନ୍ତି ଧାନ ଚାଷ l ବିଲରେ ଶ୍ରମିକ ମାନଙ୍କ ସହ ସେ ଵାନ୍ଧୁଛନ୍ତି ଧାନ ବିଡା ,ନଡା ବିଡା ,ମୁଣ୍ଡରେ ଧାନ ମୁଣ୍ଡେଇ ଟ୍ରାକ୍ଟର ଲୋଡ କରୁଛନ୍ତି ଆଉ ନିଜେ ଟ୍ରାକ୍ଟର ଡ଼୍ରାଇଭର ସିଟ୍ ରେ ଡ୍ରାଇଭର ମଧ୍ୟ । ଵାସ୍ତଵରେ ଏହି ସବୁ ଛବିକୁ ଦେଖି ମୁକ୍ତ କଣ୍ଠରେ ଆମେ କହିପାରିବା ଅତ୍ୟନ୍ତ ହୃଦୟସ୍ପର୍ଶୀ ବାଣୀ “ଜୟ କିଷlନ” ଏଭଳି ସାଧା ସିଧା ନିରାଡାମ୍ବର ଜୀବନ ଯାପନରେ ଵିଶ୍ଵାସ ରଖୁଥିଵା ନିଆରା ମଣିଷ ପରି ମଣିଷଟିଏ ,ତା ସାଙ୍ଗକୁ ଜନତା ଜନାର୍ଦ୍ଦନଙ୍କ ସୁଖ ଦୁଃଖର ସାଥୀ ହୁଅନ୍ତି କାଉନସିଲର ଭାବେ ଷେଣ୍ଢ ବାବୁ l ଏଇପରି କୃଷି ଓ କୃଷକର ସାଥୀ ହୋଇ ସେ ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲିଟିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କଲେ ରାଜ୍ୟସଭା ସାଂସଦ 

masiha

ଜିଲ୍ଲା ଓୟୁଜେ ସଂଘର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ସହ ରକ୍ତ ଭଣ୍ଡାର ସ୍ଥାପନ କୁ ନେଇ ବିବେକ ସେନା ପକ୍ଷରୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!