ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଅକୁ ପାଇବା ପାଇଁ ଥାନାରେ ଅଭିଯୋଗ କଲା ଜନ୍ମଦାତ୍ରୀ ମା’

ବାଲେଶ୍ଵର,୨୩/୧୨/୨୨- ଜଣେ ମାନସିକ ବିକୃତ ରୋଗୀର ନିରୁଦ୍ଦିଷ୍ଟ ସମ୍ପର୍କରେ ଥାନାରେ ଅଭିଯୋଗ କରିଛି ନିଜର ଜନ୍ମଦାତ୍ରୀ ମା’ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ବେଲଦା ଗ୍ରାମରେ । ଗ୍ରାମର ରମଣୀ ବେହେରା ସ୍ବାମୀ ଅପର୍ତ୍ତି ବେହେରାଙ୍କ ପୁଅ ଉମାକାନ୍ତ ବେହେରା(୪୦) ଜଣେ ମାନସିକ ବିକୃତ ରୋଗୀ । ରୋଗ ଭଲ ହେବାପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଜାରି ରହିଛି । ପରିବାର କହିଲେ ସ୍ତ୍ରୀ, ପୁଅ, ଝିଅ ଏବଂ ବାପା ଓ ମାଆ । ସ୍ତ୍ରୀ ଗୀତାଞ୍ଜଳୀ ବେହେରା ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବାପାଇଁ ଚିକିତ୍ସା ଜାରି ରଖିଛନ୍ତି ହେଲେ ସେ ସମ୍ପୂର୍ଣ୍ଣ ଭଲ ହେଉ ନାହାନ୍ତି । ଏଥିପାଇଁ ସମଗ୍ର ପରିବାର ଚିନ୍ତା କରି କରି ଦୁଃଖରେ ଭାଙ୍ଗି ପଡିଛନ୍ତି । ଏପରି ସ୍ଥଳେ ଗତ ତା ୧୬/୧୨/୨୨ ରିଖ ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ହଠାତ୍ ଘରୁ କେଉଁଆଡେ ଚାଲିଯାଇଛନ୍ତି ଶ୍ରୀ ବେହେରା । ସ୍ତ୍ରୀ ଯେତେବେଳେ ଜାଣିଲେ ସ୍ବାମୀ ଘରେ ନାହାନ୍ତି, ସଂଗେ ସଂଗେ ପରିବାରର ଅନ୍ୟ ମାନଙ୍କୁ ଜଣାଇଥିଲେ । ପରେ ପରେ ପରିବାର ଲୋକେ ସାଙ୍ଗସାଥୀ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ ପ୍ରଭୃତି ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ନିଜର ଜନ୍ମଦାତ୍ରୀ ମା’ ଗତ ଶ୍ରୀମତୀ ବେହେରା ଗତ ତା ୧୯/୧୨/୨୨ ରିଖରେ ପୁଅ ନିଖୋଜ ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀମତୀ ବେହେରାଙ୍କ ଅଭିଯୋଗ ପତ୍ରଟିକୁ ଗ୍ରହଣ କରି ଫଟୋଚିତ୍ରକୁ ବିଭିନ୍ନ ସ୍ଥାନକୁ ପଠାଇ ଠାବ କରିବା ପାଇଁ ଚେଷ୍ଟା କରାଯିବ ବୋଲି ନିରୁଦ୍ଦିଷ୍ଟ ପୁଅର ମା’ ଶ୍ରୀମତୀ ବେହେରାଙ୍କୁ ଥାନା ତରଫରୁ ଆଶ୍ବାସନା ମିଳିଛି ବୋଲି ପରିବାର ଲୋକେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ କି – ଶ୍ରୀ ବେହେରାଙ୍କ ଉଚ୍ଚତା ୫ ଫୁଟ୍, ରଙ୍ଗ – ଶ୍ଯାମଳ, ମୁହଁ – ଗୋଲ, ଗଲାବେଳେ ସେ ଫୁଲ୍ ପେଣ୍ଟ, ଫୁଲ୍ ଶାର୍ଟ ଓ ଫୁଲ୍ ସୁଇଟର ପିନ୍ଧିଥିଲେ । ଯଦି କୌଣସି ସହୃଦୟ ବ୍ଯକ୍ତି ଶ୍ରୀ ବେହେରାଙ୍କ ସନ୍ଧାନ ପାଆନ୍ତି ତେଵେ ମୋ- ୯୬୬୮୫୩୮୨୫୯/୭୬୦୮୯୨୩୬୩୬/୮୬୫୮୯୯୨୩୬୫ ନମ୍ବରରେ ଜଣାଇବାକୁ ସ୍ତ୍ରୀ ଓ ପରିବାର ଲୋକେ ନିବେଦନ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

ରାୟଗଡାରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ମତଦାତା ଦିବସ ପାଳିତ

masiha

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!