ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରା ପୃଥିବୀର ଏକ ଆହ୍ୱାନ , ପ୍ରେମ ଓ ଶ୍ରଦ୍ଧାର ଉତ୍ସବ ବଡଦିନ

ସାରା ପୃଥିବୀରେ ଗୋଟିଏ ପର୍ବ ପାଳିତ ହୋଇଥାଏ, ସେ ହେଉଛି ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମ ଜୟନ୍ତୀ, ବା ବଡଦିନ ଉତ୍ସବ ! ଡ଼ିସେମ୍ବର ମାସ ଆସିଲେ ବଡଦିନର ମାହୋଲ ସରଗରମ ହେଇ ଉଠେ ! ବହୁ ବ୍ୟକ୍ତି ନିଜ ପରିବାର ହେଉ କିମ୍ବା ସାଙ୍ଗସାଥି ମାନଙ୍କ ସହିତ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରି ବଣଭୋଜି ମାନ କରି ଥାନ୍ତି ! ଯୀଶୁଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବେ ବିଶ୍ୱାସ କରୁଥିବା ମଣ୍ଡଳୀ ନିଜର ବନ୍ଧୁ ମାନଙ୍କୁ ଡକାଇ ସୁସମ୍ବାଦ ଉତ୍ସବ କରାଇଥାନ୍ତି ! ଆମେ ଦେଖାଉଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନିମୂଳ ଗ୍ରାମର ବଡଦିନ ବନ୍ଧୁମିଳନ ଉତ୍ସବକୁ! ଯେଉଁଠି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ନାଥ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୀଶୁ ଖ୍ରୀଷ୍ଟ ଙ୍କ ପ୍ରେମ ବିଷୟରେ ବକ୍ତବ୍ୟ ରଖିଥିଲେ ଯେ, ସାରା ପୃଥିବୀରେ ଏକ ଆହ୍ୱାନ, ପ୍ରେମ ଓ ଶ୍ରଦ୍ଧାର ଉତ୍ସବ ବଡଦିନ!ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ହାଡିବନ୍ଧୁ ପୃଷ୍ଟି,ସମ୍ମାନିତ ବକ୍ତା ଭାବେ ଛାତ୍ର ସେବକ ଯୋହନ ଗନସାଲଭେସ,ପାଳକ ଅକ୍ଷୟ କୁମାର ଖୋରା ଏବଂ ପାଳକ ଗୌରହରି ସାମଲ ଯୋଗଦେଇଥିଲେ ! କନିମୂଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ଏବଂ ସାମ୍ବାଦିକ ସୁରକ୍ଷା ସମିତିର ଉପସଭାପତି ରଞ୍ଜନ କୁମାର ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିବା ବେଳେ କୈଳାସ ବେହେରା, ସୁଶାନ୍ତ କୁମାର ମଲ୍ଲିକ,ତାପସ ସେଠୀ, ଅକ୍ଷୟ କୁମାର ମଲ୍ଲିକ, ରବୀନ୍ଦ୍ର କୁମାର ମଲ୍ଲିକ ଆଦି ବହୁ ବ୍ୟକ୍ତି ବନ୍ଧୁ ମିଳନ ଉତ୍ସବକୁ ଆମନ୍ତ୍ରିତ ହୋଇଥିଲେ ! ବାସ୍ତବରେ ବଡଦିନ ଏକ ଭାଇଚାରର ସ୍ନେହ, ପ୍ରେମ, ଭଲପାଇବା,,ଆଦାନ ପ୍ରଦାନ ର ପର୍ବ ! ଯେତେବେଳେ ଯୀଶୁ ଏଇ ଜଗତରେ ଥିଲେ, ସମସ୍ତ ଜଗତର ଲୋକଙ୍କୁ କହୁଥିଲେ କି ଦୁଇଗୋଟି ବିଷୟ ଆମକୁ ଈଶ୍ୱରଙ୍କ ନିକଟକୁ ଯିବାରେ ସାହାଯ୍ୟ କରିବ, ଆଉ ତାହାହେଲା, ଈଶ୍ୱରଙ୍କୁ ମନ, ପ୍ରାଣ, ଆତ୍ମା ଦେଇ ପ୍ରେମ କରିବା, ଓ ପ୍ରତିବାସୀଙ୍କୁ ବା ନିଜ ପଡୋଶୀଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବା ! ପ୍ରେମ ସବୁ ବନ୍ଧନକୁ ଛିନ୍ନ କରି ସୌହାର୍ଦ୍ଧ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥାଏ ବୋଲି ଆଲୋଚନାର ମୁଖ୍ୟ ବିଷୟ ହୋଇଥିଲା ! ସାରା ପୃଥିବୀରେ ଏବେ ଘୃଣା ଆଉ ହିଂସା ବହୁ ପରିମାଣରେ ବ୍ୟାପି ଯାଇଛି, ଯାହା ହୃଦୟରେ ପ୍ରେମ ଥିବ, ଘୃଣା ଆଉ ହିଂସା ସେଠାରେ ରାଜ କରିପାରିବନି ବୋଲି ଆଚାର୍ଯ୍ୟ ପୃଷ୍ଟି ମତ ରଖିଥିଲେ ! ଏହି ବନ୍ଧୁ ମିଳନ ଉତ୍ସବକୁ ପ୍ରସାଦ ବ୍ରଦର୍ସ ଆୟୋଜନ କରିଥିବା ବେଳେ, ସହଯୋଗ କରିଥିଲେ ଶାରଦା ମଲ୍ଲିକ ଏବଂ ଭାଇ ନରେଶ ବେହେରା !

ତିର୍ତ୍ତୋଲ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha.

Related posts

ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ଛାତ୍ରଛାତ୍ରୀଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥଳୀ ଓ ସମାଧିସ୍ଥଳ ପରିଦର୍ଶନ

Sunil Chandra Nayak

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୂଅ ସଫା କରିବା ବେଳେ ଶ୍ରମିକ ଗୁରୁତର

Leave a Comment

error: Content is protected !!