ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

ରେଗେଡ଼ା: ତା ୨୪/୧୨/୨୦୨୨ ରିଖ କଳାହାଣ୍ଡି ଏମ .ରାମପୁର ବ୍ଲକ ସ୍ଥାନୀୟ ରେଗେଡ଼ା ସ୍ଥିତ ଗ୍ରୀନ୍ ପାର୍କ୍ ଷ୍ଟାଡିୟମ୍ ଠାରେ ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି। କଶୃପଡା ବନାମ୍ ଗଜ୍‌ବାହାଲ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଗଜ୍‌‌ବାହାଲ୍ ଟସ ଜିତି ବ୍ୟାଟିଙ୍ଗ କରି ନିଧାରିତ ୧୦ ଓଭର ୬ ଉଇକେଟ ହରାଇ ୮୧ ରନ ସଂଗ୍ରହ କରିଥିବା ବେଳେ କଶୃପଡା ୮.୩ ଓଭର ଓ ୨ ଉଇକେଟ ହରାଇ ୮୫ ରନ କରି ଚାମ୍ପିୟାନ ହୋଇଥିଲେ। ଏହି ମ୍ୟାଚ ରେ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀ ଓ କ୍ଳବ ର ସମସ୍ତ ସଦଶ୍ୟ ଙ୍କୁ ଉତ୍ସାହିତ କରିବା ସହ ଖେଳ ଦେହ ଓ ମନ କୁ ଶୁଦ୍ଧ ଓ ନିରୋଗୀ ରଖେ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ। ସଂମ୍ମାନିତ ଅତିଥି ରୂପେ ରେଗେଡ଼ା ସରପଞ୍ଚ ଦୀପ୍ତିରାଣୀ ସାହୁ,ସମିତି ସଭ୍ୟ ଗେଲ କମ୍ପ, ନାଏବ ସରପଞ୍ଚ ସନ୍ଧ୍ୟା ରାଣୀ ବାଗ, କ୍ଷୀର ସାଗର ଦାଶ କ୍ଲବ ସଭାପତି ଗୁଣନିଧି ଭୋଇ ଉପସ୍ଥିତ ଥିବା ବେଳେ ପ୍ରଶାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

masiha

ପୂର୍ଣ୍ଣ ଚନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ନେସନାଲ କଲେଜ ନୂଆପଡ଼ାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍ଘାଟନ କଲେ 

masiha

Leave a Comment

error: Content is protected !!