ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଉପଭୋକ୍ତା ଦିବସ ପାଳିତ

ରାଉରକେଲା/ ସୁନ୍ଦରଗଡ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ର ମିଳିତ ଆନୁକୂଲ୍ୟରେ ରାଉରକେଲାର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି । ବୈଧମାପ ବିଜ୍ଞାନର ସହକାରୀ ନିୟନ୍ତ୍ରକ ବିଦ୍ୟୁତପ୍ରଭା ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ମିତ୍ରଭାନୁ ପଣ୍ଡା ମୁଖ୍ୟଅତିଥି, ବରିଷ୍ଠ ଆଇନଜୀବୀ କୈଳାଶ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଜିତ ତିର୍କୀ,ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ ପ୍ରକାଶ ପ୍ରଧାନ, ଏକତା ଗୃପର ସଭାପତି ବସୁମତି ମହାନ୍ତି, ସଂପାଦିକା ଗୌରୀ କୁମ୍ଭାର, ପୁଲିସ ଅଧିକାରୀ ମନୋହର ପ୍ରଧାନ, ବୈଧମାପ ବିଜ୍ଞାନର ଇନସପେକ୍ଟର ହେମଲତା କିସାନ ଓ ଉତ୍ସର୍ଗ ସଂପାଦିକା ଲକ୍ଷ୍ମୀପ୍ରିୟା ମୁଦୁଲି ପ୍ରମୁଖ ଯୋଗଦେଇ ଜାତୀୟ ଉପଭୋକ୍ତା ଦିବସ ପାଳନର ତାତ୍ପର୍ଯ୍ୟ, ଉପଭୋକ୍ତା କିଏ ଓ ତା’ର ଅଧିକାର, ଖାଉଟି ଶୋଷଣ ହୁଏ କିପରି,ତାର ପ୍ରତିକାର,ଖାଉଟି କେତେବେଳେ ଆଇନର ସହାୟତା ଲୋଡେ?, ଖାଉଟି ସୁରକ୍ଷା ଆଇନରେ ପ୍ରତିକାର ବ୍ୟବସ୍ଥା,ଦ୍ରବ୍ୟ କିଣିବାବେଳେ କେତୋଟି ଖାଉଟି ସତର୍କତା ତଥା ଏବର୍ଷର ବିଷୟବସ୍ତୁ ଉପଭୋକ୍ତା ଆୟୁକ୍ତ ମାନଙ୍କରେ କିଭଳି ଆସୁଥିବା ଅଭିଯୋଗ ଗୁଡିକର ପାରିପାର୍ଶ୍ବିକ ସ୍ଥିତିକୁ ଲକ୍ଷ୍ୟ କରି ତାର ସରଳ ସମାଧାନ ହୋଇପାରିବ ତାହା ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଉତ୍ସବ ର ସଂପାଦିକା ଶ୍ରୀମତୀ ମୁଦୁଲି ପରିଚାଳନା କରିଥିବା ବେଳେ ଏକତା ଗୃପର ସମସ୍ତ ସଦସ୍ୟା ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମ୍ପନ୍ନ.

Sunil Chandra Nayak

ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା

masiha

କାଠମାଣ୍ଡୁଠାରେ ଓଡ଼ିଆ ସାହିତ୍ୟ ସମାବେଶ ଅନୁଷ୍ଟିତ , କଳାହାଣ୍ଡିରୁ ଚାରିଜଣ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!