ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

ରାଉରକେଲା/ ପୁଣି ଫେରିଛି କରୋନାର ଭୟ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଜନସାଧାରଣ ମଧ୍ୟ ଏଥିପ୍ରତି ସଚେତନ ରହବା ଦରକାର । ଏନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ରାଜ୍ୟ ତଥା ସହରବାସୀଙ୍କୁ ଏହି କରୋନା ସଂପର୍କରେ ସଚେତନ ରହିବାସହ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ସଂପ୍ରତି ବିଶ୍ବ ହକି ପ୍ରତିଯୋଗିତା ଭୁବନେଶ୍ଵର ଓ ରାଉରକେଲାରେ ହେଉଥିବାରୁ ଏଥିପାଇଁ ବିଭିନ୍ନ ଦେଶର ଖେଳାଳି ଓ ଦର୍ଶକ ନିଶ୍ଚୟ ଆସିବେ। ତେବେ କରୋନାରୁ ବଂଚିବା ତଥା ସୁରକ୍ଷା ପାଇଁ ମାସ୍କ ବ୍ୟବହାର,ସାମାଜିକ ଦୂରତା,ବାରମ୍ବାର ହାତ ଧୋଇବା,ସାର୍ବଜନୀନ ସ୍ଥାନ ଗୁଡିକରେ ଛେପ ନପକାଇବା ସହ ବୁଷ୍ଟର ଡୋଜ ନେବାସହ ଯଦି କୌଣସି ବ୍ୟକ୍ତି ଙ୍କର ଲକ୍ଷଣ ଦେଖାଯାଏ, ତେବେ ସେ ପୃଥକ ବାସ ସହ ଡାକ୍ତରୀ ପରୀକ୍ଷା କରାଇନେବାକୁ ମଂଚର ସଭାପତି ଡାକ୍ତର ଫକୀର ଚାରଣ ହୋତା, କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର ସାଧାରଣ ସମ୍ପାଦକ ପି ପି ରାୟ, ଉପଦେଷ୍ଟା ଅଭୟ କୁମାର ଦାସ, ଗୋପୀନାଥ ପଟ୍ଟନାୟକ, ଜଗବଂଧୁ ଜେନା,ନିରଞ୍ଜନ ଦାସ,ଡାକ୍ତର ୟୁ ସି ଜେନା, ଡାକ୍ତର ଗୋପବନ୍ଧୁ ବଳ,ମୀନତି ଦେବତା,କୁଞ୍ଜବିହାରୀ ରାଉତ ପ୍ରମୁଖ ଅନୁରୋଧ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଓଡିଶା ମିଲେଟ ମିଶନ କ୍ଷେତ୍ର ଦିବସ ପାଳିତ 

masiha

ତାଲିମପ୍ରାପ୍ତ ଛତୁଚାଷୀ ମାନଙ୍କୁ ନାବାର୍ଡ ତରଫରୁ ମାନପତ୍ର ପ୍ରଦାନ 

masiha

ସାନ୍ତାଳୀ ଲିପି ‘ଅଲ୍ ଚିକି ‘ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଓ ସମାଧି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ଶ୍ରଦ୍ଧାଞ୍ଜଳି 

Sunil Chandra Nayak

Leave a Comment

error: Content is protected !!