ଅଭିଳାଷ ଆମ
ଆହେ ! ଭଗବାନ
ଅଭିଳାଷ ଶୁଣ ଆହେ ! ଭଗବାନ
ଆମ ଶିଶୁ ନିବେଦନ
ମଣିଷ ଜୀବନ ହେଉ ଆମ ଧନ୍ୟ
କର ପ୍ରଭୁ ବରଦାନ |(୧)
ଦୁଇ ହାତ ଆମ କରୁ ସତକର୍ମ
ସୁକର୍ମେ ପ୍ରୟୋଗ ହେଉ
ପର ଉପକାରେ ହିତ ସାଧନାରେ
ଆମରି ପରାଣ ଯାଉ |(୨)
ଦୁଇ ଯେ ନୟନ ହେଉ ପ୍ରୟୋଜନ
ଭଲ ଦେଖୁ ସବୁଠାରେ
ଭଲ ଶୁଣୁ କାନ କପଟ ବିହୀନ
ଏଇ ଅଳି ତୁମଠାରେ |(୩)
ପାଦ ଦୁଇ ଆମ ନିଅ ଭଗବାନ
ନିରନ୍ତର ସୁପଥରେ
ସୁବିଦ୍ୟା-ସୁବୁଦ୍ଧି ସୁଚିନ୍ତା-ସୁମତି
ଢାଳ ହେ! ଆମ ମନରେ |(୪)
ସତକହୁ ତୁଣ୍ଡ ନ କହୁ କା’ ମନ୍ଦ
ଉଚ୍ଚାରୁ ତୁମରି ନାମ
ସତପଥେ ରଖି ରଖ କୃପାଦୃଷ୍ଟି
ଅଭିଳାଷ ଏଇ ଆମ |(୫)
ଆମେ ଶିଶୁଗଣ କରୁ ନିବେଦନ
ପ୍ରଭୁ ହେ! ଗୁହାରୀ ଶୁଣ
ଆନ ଉପକାରେ ସଦା ସୁକାମରେ
ବିତୁ ଆମରି ଜୀବନ | (୬)
ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର
ଜୁନାଗଡ଼ ( କଳାହାଣ୍ଡି )
ଜନ୍ମଭୂମି:- ମଣ୍ଡଳ (ବଲାଙ୍ଗୀର)



