ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ତିରୁପତି ମନ୍ଦିର ୮ ମାସ ବନ୍ଦ ରହିବ…

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଲା ମନ୍ଦିର ଆସନ୍ତା ବର୍ଷ ଛଅରୁ ଆଠ ମାସ ବନ୍ଦ ରହିବ। ତିନି ମହଲା ଉପରେ ଥିବା ବିମାନ (ଗମ୍ବୁଜ ବା ଗୋପୁରମ୍)ର ସୁନା ଛାଉଣି ବଦଳାଇବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୁନା ଛାଉଣି ଶେଷ ହେବା ପର୍ଯ୍ୟନ୍ତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମୂର୍ତ୍ତିର ପ୍ରତିକୃତି ମୁଖ୍ୟ ମନ୍ଦିର ପାଖରେ ଥିବା ଏକ ମନ୍ଦିରରେ ରଖାଯିବ। ବାଲାୟାମ ନାମକ ଏହି ମନ୍ଦିର କମ୍ପ୍ଲେକ୍ସ ଭିତ‌ରେ ନିର୍ମିତ ହେବ। ଫଳରେ ଭକ୍ତମାନେ ଭଗବାନ ଭେଙ୍କଟେଶ୍ବରଙ୍କ ଦର୍ଶନ ପାଇପାରିବେ। ବାଲାୟମ ନିର୍ମାଣ କାର୍ଯ୍ୟ ଆସନ୍ତା ଫେବ୍ରୁଆରି ୨୩ରୁ ଆରମ୍ଭ ହେବ। ଆନନ୍ଦ ନିଳୟମ୍‌ରେ ସୁନା ଛାଉଣି ୧୯୫୦ରୁ ଆରମ୍ଭ ହୋଇ ୧୯୫୮ରେ ଶେଷ ହୋଇଥିଲା। ଏହି ସୁନା ଆବରଣ ପ୍ରଥମ ଥର ପାଇଁ ୮୩୯ ଖ୍ରୀଷ୍ଟାବ୍ଦରେ ପଲ୍ଲଭ ରାଜା ବିଜୟ ଦାନ୍ତିବର୍ମନଙ୍କ ଦ୍ୱାରା କରାଯାଇଥିଲା। ସେହି ଦିନଠାରୁ ସୁନା-ପ୍ଲେଟିଂକୁ ସାତଥର ବଦଳାଯାଇଥିବା ରେକର୍ଡ ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଜେଟ ଘୋଷଣା ପରେ ମହଙ୍ଗା ମାଡ , ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ

Sunil Chandra Nayak

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା

Sunil Chandra Nayak

ସାରାରାଜ୍ୟରେ ହକି ଫିଭର: ରାଜ୍ୟବାସୀ ଦେଖିଲେ ହକି ବିଶ୍ୱକପ୍ ଉଦଘାଟନୀ

Sunil Chandra Nayak

Leave a Comment

error: Content is protected !!