ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ରେ ତୃତୀୟ ପର୍ଯ୍ୟାୟ 5 ଟି ବିଦ୍ୟାଳୟ ପରିଦର୍ଶନ

ତେନ୍ତୁଳିଖୁଣ୍ଟି -୨୮/୧୨/୨୨ ନବରଙ୍ଗପୁର ଜିଲ୍ଲାପରିଷଦ ଉନ୍ନୟନ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ତେନ୍ତୁଳିଖୁଣ୍ଟି ବ୍ଲକ ରେ ତୃତୀୟ ପର୍ଯ୍ୟାୟ ରୂପାନ୍ତର କାର୍ଯ୍ୟକ୍ରମ ରେ 5 ଟି ବିଦ୍ୟାଳୟ ବୁଲି ପ୍ରାଥମିକ ସ୍ତରରେ କଣ କରାଯାଇଛି ବୁଲି ଦେଖିଥିଲେ। କମ।ତା, କଂଗ୍ର।,ପାତ୍ରପୁଟ, ଖାତିଗୁଡା,ତେନ୍ତୁଳିଖୁଣ୍ଟି ର ଦିବ୍ୟ ହୃଦୟ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା 5 ଟି କାର୍ଯ୍ୟ ତଦାରଖ କରିଥିଲେ। ଚାଲିଥିବା କାର୍ଯ୍ୟର ଗୁଣବତ୍ତା ରଖିବାକୁ ନିର୍ଦେଶ ଦେଇଥିଲେ। ଖାତିଗୁଡା ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ବେଳେ ସମସ୍ତ ଶ୍ରେଣୀଗୃହ ବୁଲି ଦେଖିବା ପରେ ବାହ୍ୟ ଚାକଚକ୍ୟ ସହ ପ୍ରତ୍ୟେକ ଶ୍ରେଣୀ କକ୍ଷ ର ପ୍ଲାଷ୍ଟର ଛଡାଇ ପ୍ଲାଷ୍ଟର କରିବା ସହ ସିଲିଂ ମଧ୍ୟ କରିବାକୁ ନିର୍ଦେଶ ଦେଇଥିଲେ। ଶ୍ରେଣୀଗୃହ ଗୁଡିକ ଠିକ ନଥିଲେ ବାହ୍ୟ ଚାକଚକ୍ୟ ର କିଛି ମାନେ ରହିବନି ବୋଲି କହିଥିଲେ। ଖାତିଗୁଡା ଉଚ୍ଚ ବିଦ୍ୟାଳୟ ରେ 5 ଟି କାର୍ଯ୍ୟ ବାଦ ଅନ୍ୟ ଫଣ୍ଡ ରେ ପ୍ରେକ୍ଷାଳୟ ,ଇଣ୍ଡୋର ଗେମ ପାଇଁ ହଲ ,ଡାଇନିଂ ହଲ ନିର୍ମାଣ କରିବା ନେଇ ସ୍ଥାନୀୟ ପୁରାତନ ଛାତ୍ର ଙ୍କ ଦାବୀ ମଧ୍ୟ ପ୍ରକଳ୍ପ ରଖିବାକୁ ନିର୍ଦେଶ ଦେଇଥିଲେ। ସାଇକଲ ଷ୍ଟାଣ୍ଡ ପୁରୁଣା ସ୍ଥାନରେ କରିବାକୁ ନିର୍ଦେଶ ଦେଇଥିଲେ। ନନ ନେଗୋସିଏବୁଲ କାର୍ଯ୍ୟ କୁ ଗୁଣବତ୍ତା ସହ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ କରିବାକୁ କହିଥିଲେ।ବ୍ଲକ ପ୍ରଶାସନ ରୂପାନ୍ତର କାର୍ଯ୍ୟକ୍ରମ ରେ କୌଣସି କମ୍ପରମାଇଜ ନ କରିବାକୁ ନିର୍ଦେଶ ଦେଇଥିଲେ। ଏହି ତଦାରଖ ବେଳେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ,ପ୍ରୋଗ୍ରାମ ଅଫିସର ରାଜେଶ ପଟନାୟକ , ବରିଷ୍ଠ ବୈଷୟିକ ପରାମର୍ଶଦାତା ବିଚିତ୍ରା ନନ୍ଦ ପାଣିଗ୍ରାହୀ, ଯେଉଁ ବିଦ୍ୟାଳୟ ର ରୂପାନ୍ତର କାର୍ଯ୍ୟକ୍ରମ ହେବ ସେହି ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କ୍ରାନ୍ତି ପଟନାୟକ ,ଆଦିତ୍ୟ କୁମାର ମଲିକ, ହେମନ୍ତ କୁମାର ବସନ୍ତିଆ , ରାଜେଶ କୁମାର ବାରା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ।ଜିଲ୍ଲାପରିଷଦ ଉନ୍ନୟନ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ପୂର୍ଵ ଅଭିଜ୍ଞତା କୁ ପ୍ରାଥମିକତା ଦେଇ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇଘରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ନିର୍ବାଚନ ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କଲେ ଉପ ଜିଲ୍ଲାପାଳ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ମସ୍କାଗୁଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Sunil Chandra Nayak

Leave a Comment

error: Content is protected !!