ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଆଁରେ ପୋଡି ହୋଇ ମହିଳା ମୃତ

ଡାବୁଗାଁ, ୨୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମରେ ନିଆଁ ରେ ପୋଡି ହୋଇ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିବା ନେଇ ବୁଧବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର ମମତା ହରିଜନ (୨୫) ମଙ୍ଗଳବାର ସନ୍ଧ୍ୟାରେ ଘରେ କାଠ ଚୁଲିରେ ରୋଷେଇ କରୁଥିବା ବେଳେ ପିନ୍ଧିଥିବା ଡ୍ରେସର ପଛ ପଟେ ନିଆଁ ଲାଗି ଯାଇଥିଲା | ଫଳରେ ସେ ଚିତ୍କାର କରି ଘର ବାହାରକୁ ବାହାରି ଆସିଥିଲେ | ବାହାରେ ତାଙ୍କ ଶାଶୁ ଓ ନଣନ୍ଦ ଦେଖି ମମତା ଦେହରେ ଲାଗିଥିବା ନିଆଁ ଲିଭାଇବାକୁ ଚେଷ୍ଟା କରି ଏକ ବସ୍ତା ଘୋଡାଇ ଦେବାରୁ ନିଆଁ ଲିଭି ଯାଇଥିଲା | ସଙ୍ଗେସଙ୍ଗେ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିଇତ୍ସାଳୟରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରଯାଇଥିଲା | ସେଠାରୁ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟନମ ସ୍ଥିତ କେଜିଏଚ ହସ୍ପିପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ବୁଧବାର ମୃତ୍ୟୁ ଘଟିଥିଲା | ମମତା ପୋଡି ଯାଇଥିବା ଖବର ତାଙ୍କ ଦିଅର ବିପିନ ଭତ୍ରା ଫୋନ କରି ମମତା ଙ୍କ ବାପା ଙ୍କୁ ଜଣାଇଥିଲା | ଏନେଇ ମୃତକର ବାପା ଧନପତି ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତିକରି ଥାନା କେସ ନଂ ୨୨୨/୨୨ ରେ ଏକ ମାମଲା ରୁଜୁ ହୋଇଛି | ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ବୁଧବାର ରାତ୍ରିରେ ବିଶାଖାପାଟନମ ଗସ୍ତ କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଳାସ ସରପଞ୍ଚ ଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା

Sunil Chandra Nayak

ଭୁଲଵେଡା ପ୍ରାଚୀନ ଜଳେଶ୍ବର ବାବା ଶୈବ ମନ୍ଦିରରେ କଳା କନା ବୁଲେଇଲେ ଦୁବୃର୍ତ୍ତ 

masiha

ଧାତକିଡିହି ଗ୍ରାମରେ ଯୁବତୀ’ଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!