ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୠତୁସ୍ରାବ ଜନିତ ଶିକ୍ଷା ଓ ସ୍ୱଚ୍ଛତା ସହ ସାନିଟାରୀ ନାପକିନ ବଣ୍ଟନ

ମହିଳା ଓ ବାଳିକା ଙ୍କ ୠତୁସ୍ରାବ ଜନିତ ଶିକ୍ଷା ଓ ସ୍ୱଚ୍ଛତା ଭଳି ବିଭିନ୍ନ ଦିଗରେ ସଚେତନତା ନିମନ୍ତେ କାର୍ଯ୍ୟ ୯ବର୍ଷ ହେବ କରି ଆସୁଛନ୍ତି ଢେଙ୍କାନାଳ ଝିଅ ଅଙ୍କିତା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଛାତିଆ ଗ୍ରାମରେ କିଛି ବାଳିକା ଙ୍କ ମଧ୍ୟରେ ଋତୁସ୍ରାବ ଏବଂ ସ୍ୱଚ୍ଛତା ନେଇ ସଚେତନତା କାର୍ଯ୍ୟକ୍ରମ କରିବା ସହ ସାନିଟାରୀ ନାପକିନ ବଣ୍ଟନ କରିଛନ୍ତି । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଏନେଇ ଲଜ୍ୟା କିମ୍ବା ଭୟ ସମ୍ପୂର୍ଣ୍ଣ ଦୂରୀକରଣ ନିମନ୍ତେ ତାଙ୍କୁ ସଚେତନ କରିବା ସହ କିଛି ସଚେତନ ମୂଳକ ପ୍ରାମାଣିକ ଚଳଚିତ୍ର ଦେଖାଇବାର ଆୟୋଜନ କରିଥିଲେ । ତେବେ ସୂଚନା ଥାଉ କି ପୂର୍ବରୁ ଅଙ୍କିତା ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏନେଇ ସଚେତନତା ମୁଳକ କାର୍ଯ୍ୟ କରି ପ୍ୟାଡ଼ ଓମେନ ର ପରିଚୟ ହାସଲ କରି ଜିଲ୍ଲା ପାଇଁ ଗର୍ବ ଗୌରବ ସାଉଁଟିଛନ୍ତି ।

ଢ଼େଙ୍କାନାଳ ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ୍ 

Related posts

‘ସ୍ମୃତି ସାନ୍ତ୍ଵନା ପତ୍ରିକା’ର ସାରସ୍ଵତ ସମାରୋହ ଓ ପ୍ରଫେସର ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ସଭା

Sunil Chandra Nayak

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ବେନିୟମ ପାର୍କିଂ ଉଚ୍ଛେଦ, ଏନଫର୍ସମେଣ୍ଟ୍ ଉପରେ ଗୁରୁତ୍ଵାରୋପ

Sunil Chandra Nayak

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ଦ୍ୱିତୀୟ ଅର୍ଘ୍ୟ : ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ବକ୍ତୃତା

masiha

Leave a Comment

error: Content is protected !!