ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

କାମାକ୍ଷାନଗର (ମ ନି ସ)29/12// ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ କାମାକ୍ଷା ନଗର ଅବକାରୀ ବିଭାଗ ର ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ ବେଳେ ବଡ଼ ସଫଳତା | ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୋଟିଏ ପିକଅପ ଭ୍ୟାନ ସହ ବିପୁଳ ପରିମାଣର ଦେଶୀ ଚୋରା ମଦ ଜବତ ଓ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ l ସୂଚନା ମୁତାବକ ଆଜି ସକାଳ ଭୋର ସମୟ ରେ କାମାକ୍ଷା ନଗର ଓ ପରଜଙ୍ଗ ଅବକାରୀ ବିଭାଗ ର ମିଳିତ ପେଟ୍ରୋଲିଙ୍ଗ ବେଳେ, ଏନ୍ ଏଚ ୫୩ ସିଆରିମାଳିଆ ଛକ ନିକଟରେ ଆମ୍ବପଳାସ ରୁ ମଦ ନେଇ ଆସୁଥିବା ଏକ ପିକଅପ ଭ୍ୟାନ କୁ ଅଟକାଇ ଥିଲେ। ଘଟଣା ସ୍ଥଳରୁ ଚାଳକ ଗାଡିଛାଡି ଫେରାର ହୋଇ ଯାଇଥିଲା। ପିକଅପ ଭ୍ୟାନ ସହ ୩୨ ଟି ଜାରକିନ୍ ରେ ୧୬୦୦ ଲିଟର ଚୋରା ଦେଶୀ ମଦ ଜବତ କରିଛନ୍ତି |ସେହିଭଳି କନ୍ତିଓ ପୁଟସାହି ଗ୍ରାମର ସଞ୍ଜୟ ବେହେରା ଙ୍କ ଘରୁ ୧୭ଲିଟର ଚୋରା ଦେଶୀ ମଦ ଜବତ କରିଥିବା ବେଳେ, କୋଟଗରା ଗ୍ରାମର ବାପି ନାଏକ ଙ୍କ ଘରୁ ୫୦ଲିଟର ଦେଶୀ ଚୋରା ଦେଶୀ ମଦ ଜବତ କରିଛିl ତେବେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯିବ ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗଞ୍ଜେଇ ସହ ବାଇକ,ପିକ ଅପ୍ ଗାଡି ଜବତ : ୩ ବ୍ୟକ୍ତି ଗିରଫ

Sunil Chandra Nayak

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

Sunil Chandra Nayak

ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ

Leave a Comment

error: Content is protected !!